୧୧୯ ୟୁନିଟ ରକ୍ତ ସଂଗ୍ରହ
ଓଡାପଡା : ଓଡାପଡା ବ୍ଲକ ଅନ୍ତର୍ଗତ ଇନ୍ଦିପୁର ପଞ୍ଚାୟତର ଲୁଣି ଗ୍ରାମରେ ଥିବା ଶନିଶ୍ଚର ମନ୍ଦିର ପ୍ରାଙ୍ଗଣରେ ମହାବୀର କ୍ଲବର ଦ୍ୱିତୀୟ ବର୍ଷ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବ ବର୍ଷ କ୍ଲବ ରକ୍ତଦାନ ଶିବିରରେ ୧୩୧ ୟୁନିଟ ରକ୍ତ ସଂଗ୍ରହ କରିପାରିଥିଲା । ଏ ବର୍ଷ ୧୫୦ୟୁନିଟ ରକ୍ତର ଆଶା ରଖିଛି କ୍ଲବ । ରକ୍ତ ଅଭାବକୁ ପୂରଣ କରିବା ସହ ରକ୍ତ ଅଭାବରେ କାହାର ଜୀବନ ନ ଯାଉ ଏହା ମହାବୀର କ୍ଲବର ମୁଖ୍ୟ ଉଦେ୍ଦଶ୍ୟ । ଆଜିର ଏହି ରକ୍ତଦାନ ଶିବିରରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣୀ ପ୍ରଧାନଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି, ସଦର ଅଧିକାରୀ ପ୍ରିୟବ୍ରତ ଦାସ, ଢେଙ୍କାନାଳ ବିଜେପି ଉପସଭାପତି ବିଷ୍ଣୁପ୍ରସାଦ ଲେଙ୍କାଙ୍କ ସହ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ । ଆଜିର ଏହି ରକ୍ତଦାନ କେନ୍ଦ୍ରରୁ ୧୧୯ ୟୁନିଟ ରକ୍ତ ସଂଗ୍ରହ ହେଇଥିଲା । ଏଭଳି ମହତ କାର୍ଯ୍ୟକୁ କ୍ଲବର ସଭାପତି ଚନ୍ଦନ କୁମାର ସାହୁ ଏବଂ କ୍ଲବର ସମସ୍ତ ସଦସ୍ୟଙ୍କ ମିଳିତ ସହଯୋଗରେ କାର୍ଯ୍ୟଟି ସମ୍ପୂର୍ଣ୍ଣ ହେଇଥିଲା ।
 
 Rasmita Behera
                                    Rasmita Behera                                 
    
 
    
 
 
 
