୧୪ରୁ ରଜ ମହୋସବ
ପୁରୀ : ନିଳାଦ୍ରୀ କଲଚରାଲ ଏକାଡ଼େମୀ ପକ୍ଷରୁ ୨୩ତମ ରଜମହୋସôବ ଚଳିତ ମାସ ୧୪ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ । ଏଥିପାଇଁ ଭୋଳାନାଥ ବିଦ୍ୟାପୀଠ ପରିସରରେ ସହରର ୩୨ଟି ୱାର୍ଡ଼ର ଶତାଧିକ ମହିଳାମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଯଥା ପୁଚି, ଝୋଟି, ହୁଳହୁଳି, ଶଙ୍ଖନାଦ, ମୁ୍ୟଜିକ ଚେୟାର, ପୋଡ଼ପିଠା ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଏଥିରେ ଉତ୍ତୀର୍ଣ୍ଣ ପ୍ରତିଯୋଗିମାନଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟାରେ ପୁରସ୍କୃତ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଦାଶ, ପୂର୍ବତନ ପୌରଅଧ୍ୟକ୍ଷା ସୁଧାଂଶୁବାଳା ପ୍ରଧାନ, ପୂର୍ବତନ ନଗରପାଳ ଶାନ୍ତିଲତା ପ୍ରଧାନ, ଯୁବନେତା ବସନ୍ତ ପ୍ରଧାନ, ବିଜୁ ଜନତା ଦଳର ଜିଲ୍ଳା ଛାତ୍ର ଉପସଭାପତି ବିଶ୍ୱନାଥ ଦାସ, ସମାଜସେବୀ ହରିହର ପାଢୀ, ଅନୁଷ୍ଠାନର ସଭାପତି ପ୍ରଦୁ୍ୟମ୍ନ ମିଶ୍ର, ସଂପାଦକ ପ୍ରମୋଦ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ୧୫ତାରିଖ ଓ ୧୬ତାରିଖ ସନ୍ଧ୍ୟାରେ ମୁକ୍ତାକାଶ ରଂଗମଞ୍ଚ ଠାରେ ଦୁଇଟି ନାଟକ ‘ସିନ୍ଦୁର ହେଲା ଶଉତୁଣୀ’ ଓ ‘ଗଙ୍ଗ ଶିଉଳି’ ପରିବେଷଣ କରାଯିବ ।