୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ
ଯାଜପୁର : ଯାଜପୁର ଠାରେ୧୯ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳନ ହୋଇଯାଇ ଆଧୁନିକ ବିଜ୍ଞାନର ପ୍ରବର୍ତକ ଓ ଭାରତୀୟ ପରିସଂଖ୍ୟାନ ପ୍ରଣାଳୀର ସ୍ଥାପକ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମାହାଲନୋବିସଙ୍କୁ ସ୍ମରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଉପନିଦେ୍ର୍ଦଶିକା ଅର୍ଚିତା ଦାସ ଅଧ୍ୟକ୍ଷତା କରି କହିଥିଲେ ଯେ ତଥ୍ୟର ବିଶ୍ଳେଷଣ ହେଉଛି ପରିସଂଖ୍ୟାନ । ଘର ହେଉ କି କାର୍ଯ୍ୟାଳୟ ହେଉ ସବୁ କ୍ଷେତ୍ରରେ ପରିସଂଖ୍ୟାନର ଗୁରୁତ୍ୱ ଓ ଆବଶ୍ୟକତା ରହିଛି । ସେ ପରିସଂଖ୍ୟାନର ବିକାଶ କ୍ଷେତ୍ରରେ ପିସି ମହାଲନୋବିସ୍ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଜିଲା ଓ ବ୍ଲକ ପରିସଂଖ୍ୟାନ କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ଥିଲେ । ଉକ୍ତ ଅବସରରେ ପରିସଂଖ୍ୟାନ ଅଧିକାରୀ ଓ ସହାୟକ ପରିସଂଖ୍ୟାନ ଅଧିକାରୀ ଜିଲାରେ ଚାଲିଥିବା ମୁଖ୍ୟ ସଂଖ୍ୟାନ ଗତିବିଧିବିଷୟରେ ଏକ ସାରାଂଶ ପ୍ରଦାନ କରିଥିଲେ । ତଥ୍ୟ ଭିଭିକ ଶାସନ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ପାଇଁ ହେଉଥିବା ପ୍ରୟାସ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଗୁଣାତ୍ମକ ତଥ୍ୟ କିପରି ଲାଭାନ୍ୱିତଙ୍କ ଲକ୍ଷ୍ୟକରଣ, ସଂସାଧନର କ୍ଷମତାସମ୍ପନ୍ନ ବ୍ୟବହାର ଓ ତଥ୍ୟ ଭିତିକ ନିଷ୍ପତି ଗ୍ରହଣରେ ସହଯୋଗ କରି ଭଲ ଶାସନ ଓ ସମାବେଶୀ ବିକାଶ ନିମିତ ଆବଶ୍ୟକ, ତାହା ଉପରେ ଉଦ୍ବୋଧନ ଦିଆଯାଇଥିଲା । ଫିଲ୍ଡ ସ୍ତରରେ ଉକôୃଷ୍ଟ ତଥ୍ୟ ସଂଗ୍ରହ ଓ ରିପୋଟିଂ ପାଇଁ ତିନୋଟି ଶ୍ରେଷ୍ଠ ବ୍ଲକ୍ ପରିସଂଖ୍ୟାନ କାର୍ଯ୍ୟାଳୟକୁ ସମ୍ମାନିତ କରାଯାଇଥିଲା ।