ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜିଲ୍ଲା ସମ୍ମିଳନୀ
ଯାଜପୁର ଟାଉନ: ରବିବାର ଯାଜପୁର ପୂର୍ବ ଓଡ଼ିଶା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜିଲ୍ଲା ସମ୍ମିଳନୀ ଯାଜପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ଅତିଥିଭାବେ ଶିକ୍ଷାବିତ୍ ଡ. ଦିବ୍ୟଲୋଚନ ସିଂ, ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାରକ ବିପିନ ପ୍ରସାଦ ନନ୍ଦ, ବାଲେଶ୍ୱର ବିଭାଗ ସଙ୍ଘ ଚାଳକ କାମପାଳ ସାହୁ, ଜିଲ୍ଲାସଙ୍ଘ ଚାଳକ ବଟକୃଷ୍ଣ ଜେନା, ସହ ଜିଲ୍ଲା କାର୍ଯ୍ୟବାହ ସନ୍ଦୀପ ବିଶ୍ୱାଳ ପ୍ରମୁଖ ଯୋଗଦେଇ ସ୍ୱୟଂ ସେବକମାନଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହରାଷ୍ଟ୍ରର ମର୍ଯ୍ୟାଦା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ୧୦ଖଣ୍ଡ ଏବଂ ୨ଟି ନଗରରୁ ୩ଶହରୁ ଊଦ୍ଧ୍ୱର୍ ସ୍ୱୟଂ ସେବକ ଯୋଗଦେଇ ଘୋଷ ବାଦ୍ୟ ସହ ପଥ ସଞ୍ଚାଳନ କରି ସହର ପରିକ୍ରମା କରିବା ପରେ କୁସୁମା ନିକଟରେ ପହଞ୍ଚôଥିଲେ । ପରେ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ବିଭିନ୍ନ ଶାରୀରିକ ପ୍ରଦର୍ଶନୀ ଏବଂ ଯୋଗାସନ କରିଥିଲେ । କାର୍ଯ୍ୟକ୍ରମରେ ଜିଲା ପ୍ରଚାରକ ମନୋଜ ସାହୁ, କାର୍ଯ୍ୟବାହ ଅମୀୟ ସାମଲ, ନଗର କାର୍ଯ୍ୟବାହ ଭାଗିରଥି ମହଲ, ପ୍ରତିକାନ୍ତ ଦାସ, ଭବାନୀ ଶଙ୍କର ନାୟକ, ଅନନ୍ତ ମହାରଣା, ବସୁବନ୍ଧୁ ଦାସ, ରଘୁନାଥ ସେନାପତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।