୨ ବନ୍ଦରରେ ୧୯୯,୬୧ ମିଲିୟନ ମେଟ୍ରିକ ଟନ୍ ପଣ୍ୟ କାରବାର

 ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ୩ଟି ବନ୍ଦର କାର୍ଯ୍ୟକ୍ଷମ ରହିଛି । ସେଥିମଧ୍ୟରୁ ମାତ୍ର ଗୋଟିଏ ବୃହତ ପାରାଦ୍ୱୀପ ବନ୍ଦର, ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ପରିବହନ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଛି । ସେପଟେ ୨ଟି ଅଣ-ବୃହତ ବନ୍ଦର ଧାମରା ଓ ଗୋପାଳପୁର ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟକ୍ଷମ ଅଛି । ବିଗତ ଆର୍ଥିକ ବର୍ଷ ୨୦୨୩-୨୪ରେ  ଓଡ଼ିଶାରେ କାର୍ଯ୍ୟକ୍ଷମ ଥିବା ଧାମରା ଓ ଗୋପାଳପୁର ବନ୍ଦର ଦ୍ୱାରା ୧୯୯,୬୧ ମିଲିୟନ ମେଟ୍ରିକ ଟନ୍ ପଣ୍ୟ ପରିବହନ ହୋଇଛି । ଯାହାକି ସମଗ୍ର ଦେଶର ବନ୍ଦର ଦ୍ୱାରା ହୋଇଥିବା ପଣ୍ୟ ପରିବହନର ୧୨.୯୪ ପ୍ରତିଶତ । ସେହିପରି ଆର୍ଥିକ ବର୍ଷ ୨୦୨୨-୨୩ ଓ ୨୦୨୩-୨୪ ମଧ୍ୟରେ ରାଜ୍ୟର ପଣ୍ୟ ପରିବହନ ୧୪.୭୭ ପ୍ରତିଶତ ବୃଦ୍ଧି ପାଇଛି । ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନର ଉତ୍ତର ଦେଇ ଏହା ପ୍ରକାଶ କରିଛନ୍ତି ବାଣିଜ୍ୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।