ବିଜେପିର ମିଶ୍ରଣ : ପର୍ବ ବିଭିନ୍ନ ଦଳରୁ ୫୦୦ରୁ ଊଦ୍ଧ୍ୱର୍ କର୍ମୀ ସାମିଲ

 ଆନନ୍ଦପୁର : ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଜିଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତସିଂହାରଙ୍କ ପ୍ରତେକ୍ଷ୍ୟ ସଂଯୋଜନାରେ ତରତରା ଛକରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସାଂସଦ ଅନନ୍ତ ନାଏକଙ୍କ ଉପସ୍ଥିତିରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୮ଗୋଟି ପଞ୍ଚାୟତରୁ ବିଭିନ୍ନ ଦଳରୁ ୮ଜଣ ସରପଂଚ, ପୂର୍ବତନ ସରପଂଚ ଏବଂ ସମିତିସଭ୍ୟଙ୍କ ସମେତ ୫୦୦ରୁ ଉର୍ଦ୍ଧ କର୍ମୀ ବିଜେପିରେ ସାମିଲ ହୋଇଥିଲେ । ୨୪ବର୍ଷର ଅପାରଗ ବିଜେଡି ସରକାର ସମୟରେ ତାମିଲ ଶାସନରେ ଲୋକେ ଭୟଭୀତ ହୋଇ ରହିବା ସହିତ ଅନ୍ଧାକାନୁନ ରୋଜଗାରୀ, ବେକାରୀ ସମସ୍ୟାରେ ଲୋକେ ଅତିଷ୍ଠ ହୋଇ ବିଜେପି ଉପରେ ଭରସା କରି ଲୋକ ମାନଙ୍କ ସେବା କରିବାର ସୁଯୋଗ ଦେଇଛନ୍ତି । ସେଇ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମିଶ୍ରଣ ପର୍ବରେ ଶତାଧିକ ବିଭିନ୍ନ ଦଳର କର୍ମୀ ସାମିଲ ହୋଇଥିବା ନେଇ ସାଂସଦ ଶ୍ରୀ ନାଏକ ନିଜ ପ୍ରତିକ୍ରିୟାରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟ୍ୟରେ ଜିଲା ସଭାପତି ଶୁକଦେବ ମହନ୍ତ, ପୂର୍ବତନ ଜିଲା ସଭାପତି ଅଂଶୁମାନ ସବୁଜଦାସ ବର୍ମା, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ, ବରିଷ୍ଠ ବିଜେପି ନେତା ଆଲୋକ ସେଠୀ, ପୌରପରିଷଦ ପ୍ରାକ୍ତନ ଅଧକ୍ଷ୍ୟ ରାମଚନ୍ଦ୍ର ସାହୁ, ଜିଲା ପରିଷଦ ସଦସ୍ୟା ଅସୀମା ମିଶ୍ର, ଉପସଭାପତି ନିରାକାର ଦଳେଇ ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇ ନିଜ ନିଜ ମତ ଉପସ୍ଥାପନା କରିଥିଲେ । ସେହିପରି ଆଜିର ଏହି କାର୍ଯ୍ୟକ୍ରମରେ ନବନିର୍ବାଚିତ ଜିଲ୍ଲା ସଭାପତି, ମଣ୍ଡଳ ସଭାପତି ଏବଂ ବୁଥ ସଭାପତି ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।