ଡ଼ମଣା ଛକରେ ଜଳିଗଲା ବିଏମ୍ସିର ସଫେଇ ଗାଡି
ଭୁବନେଶ୍ୱର, ୧୪ା୧ : ରାଜଧାନୀର ରାଜରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ବିଏମ୍ସିର ସଫେଇ ଗାଡି । ଏହି ଅଘଟଣ ଘଟିଛି ଭୁବନେଶ୍ୱର ସ୍ଥିତ ଡମଣା ଛକରେ । ଏହି ଅଘଟଣରେ କାହାର କିଛି କ୍ଷତି ହୋଇ ନାହିଁ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ସୂଚନାଯୋଗ୍ୟ ଯେ, ଆଜି ସକାଳେ ବିଏମ୍ସିର ସଫେଇ ଗାଡି ରାସ୍ତାରେ ଧୂଳି ସଫେଇ କରୁଥିଲା । ସେହି ସମୟରେ ହଠାତ୍ ଡମଣା ଛକ ନିକଟରେ ସଫେଇ ଗାଡିରେ ନିଆଁ ଲାଗି ଯାଇଥିଲା । ଡ୍ରାଇଭର ନିଆଁ ଲାଗିବା ଜାଣିପାରି ସେଠାରେ ଗାଡିଟିକୁ ଅଟକାଇଥିଲା । ପରେ ରାସ୍ତା ଉପରେ ଗାଡିଟି ହୁତୁ ହୁତୁ ହୋଇ ଜଳିଯାଇଥିଲା । ଏତେ ବଡ ଅଘଟଣରେ ଡ୍ରାଇଭରର କିଛି ହୋଇ ନାହିଁ । ତେବେ ଗାଡିରେ କିପରି ନିଆଁ ଲାଗିଲା ତାର କାରଣ ଜଣା ପଡିନାହିଁ । ସର୍ଟସର୍କିଟରୁ ନିଆଁ ଲାଗିଥବା ସନେ୍ଦହ କରାଯାଉଛି ।