ମାନ ପରୀକ୍ଷା କରିବାକୁ ଆସି ଖାଇପିଇ ଫେରିଲେ
ଝାଡ଼ାବାନ୍ତି ଖାଦ୍ୟ ନାଁ ପାଣି ନାଁ ଆଉ କିଛି ଜାଣିବାକୁ ତତ୍ପରତା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ସରକାରଙ୍କ ନିଦେ୍ର୍ଦଶରେ ପରିବାର କଲ୍ୟାଣ ବିଭାଗ ଅଧିନ ଖାଦ୍ୟ ସୁରକ୍ଷା ବିଭାଗ ଭୁବନେଶ୍ୱରରୁ ଏକ ଟିମ୍ ବ୍ୟାସନଗରରେ ପହଁଚିଥିଲେ । ଟିମ୍ ଏଠାକାର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟକୁ ଯାଇ ଖାଦ୍ୟର ମାନ ନିରୁପଣ କରିବା କଥା । କିନ୍ତୁ ଆଶ୍ଚର୍ଯ୍ୟର କଥା ଟିମ୍ ବଡ଼ବଡ଼ ହୋଟେଲକୁ ଯାଇ ଖାଦ୍ୟ ନିରୁପଣ କରିବା ବଦଳରେ ସେଠୁ ଖାଇପିଇ ଫେରୁଛନ୍ତି । ଯେଉଁଠାକୁ ମାନ ନିରୁପଣ କରିବାକୁ ଯାଇ ଆପାୟିତ ହୋଇ ଫେରୁଛନ୍ତି ସେଠି ଟିମ କି ପ୍ରକାର ରିପୋର୍ଟ ଦେବ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଙ୍କି ମାରିଛ ।