ଚାଷୀ ପଞ୍ଜୀକରଣ ରଥ ଶୁଭାରମ୍ଭ 

 ଚମ୍ପୁଆ : ଚମ୍ପୁଆ ନିୟନ୍ତ୍ରିତ ବଜାର କମିଟି ସୈଜନ୍ୟରୁ ଖରିଫ ରୁତୁରେ ଧାନ କ୍ରୟ ପାଇଁ ଚାଷୀ ପଞ୍ଜୀକରଣ ନିମନ୍ତେ ଏକ ରଥର ଶୁଭାରମ୍ଭ କରାଯାଇଛି । ଏହି ରଥ ଯୋଡା, ଚମ୍ପୁଆ ଓ ଝୁମ୍ପୁରା ଅଞ୍ଚଳରେ ପରିକ୍ରମା କରି ଚାଷୀ ପଞ୍ଜୀକରଣର ପ୍ରକ୍ରିୟା, ଆବଶ୍ୟକ କାଗଜପତ୍ର ଓ ପଞ୍ଜୀକରଣ ସମୟରେ ଆଧାର ଭିତ୍ତିକ ଇ- କେୱାଇସି ବିଷୟରେ ଚାଷୀକୁ ଅବଗତ କରିବା ସହିତ ପଂଜିକରଣର ଅବଧି ବିଷୟରେ ସୂଚନା ପ୍ରଦାନ କରିବ । ଚାଷୀ ମାନେ ନିକଟସ୍ତ ସମିତିରୁ ପଞ୍ଜୀକରଣ ଫର୍ମ ମାଧ୍ୟମରେ ଆବେଦନ କରିବାକୁ ଥିବା ବେଳେ ଭାଗ ଚାଷୀ, କ୍ଷୁଦ୍ର ଓ ନାମ ମାତ୍ର ଚାଷୀ କିପରି ଓ କିଭଳି ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବେ ତାହା ଲକ୍ଷ ରଖାଯାଇଛି । ଏହା ସହିତ ସମିତିର ଦାୟିତ୍ୱ, ହେଲ୍ପଡେସ୍କ ଓ ହେଲ୍ପଲାଇନ ମାଧ୍ୟମରେ ସୁବିଧା ପାଇପାରିବେ ବୋଲି ଜଣାଯାଇଛି । ଏହି ପରୀପ୍ରେକ୍ଷୀରେ ଉପଜିଲାପାଳ କାର୍ଯ୍ୟାଳୟ ଠାରେ ଉପଜିଲାପାଳ ଉମାକାନ୍ତ ପରିଡା, ବରିଷ୍ଠ ନାଗରିକ ଧିରେନ ଦାସ ଓ ନିୟନ୍ତ୍ରୀତ ବଜାର କମିଟି ସମ୍ପାଦକ ଦିଗାମ୍ବର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପତାକା ହଲାଇ ଏହି ରଥର ଶୁଭାରମ୍ଭ କରିଥିଲେ ।