ରଥ ବିନା ରଥଯାତ୍ରା

ଲୀଳାମୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ବାରମାସରେ ତେର ଯାତ୍ରା । ତନ୍ମଧ୍ୟରୁ ମୁଖ୍ୟ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ି କାଳିଆ ସାଆନ୍ତ ଭକ୍ତଙ୍କ ସହ ମିଶିବା ପାଇଁ ଭାଇ ଭଉଣୀଙ୍କ ସହ ରନôସିଂହାସନ ଛାଡ଼ି ଚାଲି ଆସନ୍ତି ବଡ଼ଦାଣ୍ଡକୁ । ସେଦିନ ରାଜ୍ୟ ତଥା ଦେଶର ବିଭିନ୍ନ ଭାଗ, ଏପରିକି ବିଦେଶରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । । କେତେକ ସ୍ଥାନରେ ରଥଯାତ୍ରା ରୀତିନୀତିରେ ବ୍ୟତିକ୍ରମ ଦେଖିବାକୁ ମିଳିଥାଏ ।
ବିନା ରଥରେ ବି ଅନୁଷ୍ଠିତ ହୋଇଥାଏ ରଥଯାତ୍ରା । ଊନ୍ନବିଂଶ ଶତାବ୍ଦୀରୁ ଆରମ୍ଭ ଏହି ନିଆରା ରଥଯାତ୍ରା ପଶ୍ଚିମବଙ୍ଗ ମେଦିନୀପୁର ଜିଲ୍ଲାର କେଶୀୟାରୀ ଗାଁରେ ଆରମ୍ଭ ହୋଇଥିଲା । ତେବେ କେଶୀୟାରୀ ଗାଁରେ ଏହି ପୂଜା ଆରମ୍ଭକୁ ନେଇ ଏକ ରୋଚକୀୟ କାହାଣୀ ମଧ୍ୟ ରହିଛି । ଦିନେ ଗାଁର ଜମିଦାର ପଦ୍ମଲୋଚନ ଦତ୍ତ ଗାଁ ପରିଦର୍ଶନରୁ ଫେରୁଥିଲେ । ହଠାତ୍ ବର୍ଷା ହେଲା । ସେଇଠୁ ସେ ଗଗନେଶ୍ୱର ଗାଁର କୁରୁମୁ ଭିଲ୍ଲା ନାମକ ଏକ ପରିତ୍ୟକ୍ତ ଘରେ ଆଶ୍ରୟ ନେଲେ । ସେଠାରେ ସେ ବର୍ଷା ଛାଡ଼ିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ଘରଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବାରୁ ଜମିଦାର ପଦ୍ମଲୋଚନଙ୍କ ଦୃଷ୍ଟିଆକର୍ଷଣ କରିଥିଲା । କବାଟ ବନ୍ଦ ଥିବା ସେହି ଘରର କବାଟ ଖୋଲି ଦେଖିବା ମାତ୍ରେ ଦୃଶ୍ୟମାନ ହେଲେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ କାଠ ପ୍ରତିମା । ତ୍ରିମୂର୍ତ୍ତିକୁ ଦେଖି ସେ ବେଶ୍ ଉତ୍ସାହିତ ହୋଇ ଅଧିକ କିଛି ଜାଣିବା ପାଇଁ ଗାଁ ଲୋକଙ୍କୁ ଡାକି ପଚରାଉଚରା କଲେ ମାତ୍ର ଗ୍ରାମବାସୀମାନେ ମୂର୍ତ୍ତି ସମ୍ବଦ୍ଧରେ ବିଶେଷ କିଛି ତଥ୍ୟ ଦେଇପାରି ନଥିଲେ । ପରେ ଜମିଦାର ପଦ୍ମଲୋଚନ ର୍ନିଦ୍ୱନ୍ଦରେ ଉକ୍ତ ତ୍ରୀମୂର୍ତ୍ତିଙ୍କୁ ନିଜ ଗାଁ କେଶୀୟାରୀକୁ ନେଇଯାଇଥିଲେ ।
ସେଠାରେ ଠାକୁରଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରାଗଲା । ସେବେଠୁ ଏବେ ସୁଦ୍ଧା ଠାକୁର ସେମିତି ଏହି ଗାଁରେ ଦତ୍ତ ପରିବାରଙ୍କ ପିଢ଼ି ଦ୍ୱାରା ପୂଜା ପାଇ ଆସୁଛନ୍ତି ।
କାନ୍ଧରେ ଯାଆନ୍ତି ତିନିଠାକୁର: ଏଠାରେ ରଥଯାତ୍ରା ବହୁ ଆଡ଼ମ୍ବରରେ ପାଳନ କରାଯାଉଥିଲେ ବି ଏଠାକାର ରଥଯାତ୍ରା ଅନ୍ୟ ସମସ୍ତ ରଥଯାତ୍ରାଠାରୁ ସମ୍ପୂର୍ଣ୍ଣ ଭିନ୍ନ । କାରଣ ଏଠାରେ ବିନା ରଥରେ ଘୋଷଯାତ୍ରା ଅନୁଷ୍ଠିତ ହୁଏ ଯାହା ଅନ୍ୟ କୌଣସି ସ୍ଥାନରେ ବି ଦେଖିବାକୁ ମିଳେନାହିଁ । ତିନି ବିଗ୍ରହଙ୍କୁ ପୂଜାରୀମାନେ କାନ୍ଧରେ ଟେକି ଓ ମୁଣ୍ଡରେ ମୁଣ୍ଡାଇ ନେଇଥାନ୍ତି । ଏହିପରି ଭାବେ ତିନିଠାକୁର ମାଉସୀ ଘରକୁ ବୁଲି ଯାଆନ୍ତି । ଏହାଛଡା ଗ୍ରାମବାସୀମାନେ ଶଙ୍ଖ ଧ୍ୱନି, ହୁଳହୁଳି, ଘଣ୍ଟ ବାଦନ କରି ମାଉସୀ ଘରେ ଠାକୁରଙ୍କୁ ପହଞ୍ଚାଇଥାନ୍ତି । ଏହି ପବିତ୍ର ଦିନରେ ପୂରା ଗାଁରେ ଲୋକଙ୍କୁ ପ୍ରସାଦ ବଣ୍ଟନର ନିୟମ ମଧ୍ୟ ରହିଛି ।