୫ ବାଲି ବୋଝେଇ ହାଇୱା ଜବତ

କେନ୍ଦ୍ରାପଡା: କେନ୍ଦ୍ରାପଡା ଟାଉନ ମଧ୍ୟରେ ସକାଳ ୭ରୁ ରାତ୍ର ୯ଟା ପର୍ଯ୍ୟନ୍ତ କୌଣସି ଭାରିଯାନ ଚଳାଚଳ କରିପାରିବ ନାହିଁ ବୋଲି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଫେବୃଆରୀ ୨୫ରୁ ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି । ଏହି ନିଦେ୍ର୍ଦଶକୁ ବେଖାତିର କରି ବାଲି ଗୋଡି ନେଇ ଯାଉଥିବା ୫ଟି ହାଇୱାକୁ ସାନ୍ତସାହି ପୋଲ ନିକଟରୁ ଜବତ କରାଯାଇଛି । ଜିଲ୍ଲା ପରିବହନ ଅଧିକାରୀ ଧିରେନ ନାୟକ ଓ ଟାଉନ ଥାନାଧିକାରୀ ଦିଲିପ କୁମାର ସାହୁ ସୋମବାର ଦିନ ବାଲି ବୋଝେଇ ଟ୍ରକ ସହର ଭିତରକୁ ପ୍ରବେଶ କରୁଥିବାର ଜାଣିପାରି ୫ଟି ହାଇୱାକୁ ଜବତ କରି ୨ଲକ୍ଷ ୮୭ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି । ପ୍ରକାଶ ଥାଉକି ଭାରିଯାନ ସହରକୁ ପ୍ରବେଶ ଦ୍ୱାରା ଦୁର୍ଘଟଣା ଘଟି ବହୁ ଜୀବନ ହାନୀ ଘଟୁଥିବା ଓ ଟ୍ରାଫିକ ସମସ୍ୟା ଯୋଗୁ ଜିଲ୍ଲାପାଳ ଏହି ନିଦେ୍ର୍ଦଶନାମା ଜାରି କରିଛନ୍ତି  ।