ବାପିଙ୍କ ହାତ ଛାଡି ପ୍ରକାଶଙ୍କ ହାତ ଧରିଲେ ଆଇପିଟି ଡ୍ରାଇଭର

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ଭିତରେ (ଆଇପିଟି) ଆନ୍ତ ପଣ୍ୟ ପରିବହନରେ ନିୟୋଜିତ ଡମ୍ପର ଡ୍ରାଇଭରମାନେ ଶ୍ରମିକ ନେତା ବାପି ସର୍ଖେଲଙ୍କ ନେତୃତ୍ୱାଧୀନ ପାରାଦୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘକୁ ବାଏ ବାଏ କରି ପାରାଦୀପ ପୋର୍ଟ ମଜଦୂର ସଂଘରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି  । ବର୍ଷ ବର୍ଷ ଧରି ଏହି ଡ୍ରାଇଭରମାନଙ୍କୁ ମିଥ୍ୟାର ପ୍ରଲୋଭନ ଦେଖାଇ ଷ୍ଟିିଭେଡୋର୍ସମାନଙ୍କ ଠାରୁ ଆରମ୍ଭ କରି ଡମ୍ପର ମାଲିକ ସଂଘର ଦଲାଲ ସାଜି ନିଜର ପାଣ୍ଠି ଠୁଳ କରି ଚାଲିଥିଲେ ହେଁ ଡମ୍ପର ଡ୍ରାଇଭରମାନଙ୍କ ସର୍ବନିମ୍ନ ମୌଳିକ ସମସ୍ୟା ସମାଧାନ କରିବାରେ ବିଫଳ ହେବାରୁ ଶେଷରେ ଏହି ଆଇପିଟି ଡମ୍ପର ଡ୍ରାଇଭରମାନେ ଶ୍ରମିକନେତା ବାପି ସାର୍ଖେଲଙ୍କୁ ଛାଡି ଶ୍ରମିକନେତା ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱାଧୀନ ପାରାଦୀପ ପୋର୍ଟ ମଜଦୂର ସଂଘରେ ବିଧିବଦ୍ଧ ଭାବେ ଭାବେ ସାମିଲ ହୋଇଥିବା ଦେଖିବାକୁ ମିଳିଛି  ।
ଏହି ପରିପ୍ରେକ୍ଷୀରେ  ସୋମବାର ସନ୍ଧ୍ୟାରେ ଆଜି ବଡପଡିଆ ମାର୍କେଟ ସମ୍ମୁଖରେ ଦିଲ୍ଲିପ କୁମାର ବଳିୟାରସିଂହଙ୍କ ପୌରୋହିତ୍ୟରେ ଆୟୋଜିତ ମିଶ୍ରଣ ପର୍ବରେ ପାରାଦୀପ ପୋର୍ଟ ମଜଦୂର ସଂଘର ସଭାପତି ପ୍ରକାଶ ତ୍ରିପାଠୀ ଡମ୍ପର ଡ୍ରାଇଭର ଭାଇମାନଙ୍କୁ ମଞ୍ଚରେ ସ୍ୱାଗତ କରିବା ସହିତ ସେମାନଙ୍କ ତିନୋଟି ମୌଳିକ ଦାବି ଇପିଏଫ, ଇଏସ୍ଆଇ ପ୍ରତି ମାସ ଶେଷରେ ବେତନ ପ୍ରଦାନ ଓ ଡ୍ରାଇଭରମାନଙ୍କୁ ଡ୍ରେସକୋର୍ଡ ହାସଲ କରିବା ଦିଗରେ ସଂଗ୍ରାମ ଜାରି ରଖିବେ   ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ  । ସମବେତ ଡମ୍ପର ଡ୍ରାଇଭରମାନଙ୍କୁ ସମ୍ବୋଧିତ କରି ଶ୍ରମିକନେତା ଶ୍ରୀ ତ୍ରିପାଠୀ  ତାଙ୍କ ବକ୍ତବ୍ୟରେ ପାରାଦୀପରେ ଅଶାନ୍ତର ସୃଷ୍ଟିକର୍ତ୍ତା ତଥାକଥିତ ଶ୍ରମିକନେତା ତଥା ରାଜନେତା ବାପି ସାର୍ଖେଲଙ୍କ ସପ୍ତପୁରୁଷ ଉଦ୍ଧାର କରିଥିଲେ  । ବିଳମ୍ବରେ ହେଲେ ବି ଶ୍ରମିକ ଭାଇମାନେ ଛଦ୍ମବେଶୀ ଶ୍ରମିକନେତା ବାପି ସାର୍ଖେଲଙ୍କ   ଅସଲ କାରନାମା ହାଡେ ହାଡେ ଅଙ୍ଗେ ନିଭାଇବା ପରେ ପିଆଇସିଟି, ଚେନ୍ନାଇ ରାଧା ଇଞ୍ଜିନିୟରିଂ, ଆର୍ସେଲ ମିତଲ ନିପ୍ପନ ଷ୍ଟିଲ, ଆଇଓସିଏଲ, ପିପିଏଲ, ପାରାଦୀପ ପୋର୍ଟ ଡିଏଲଆର ଭାଇମାନେ ବାପି ସାର୍ଖେଲଙ୍କ ହାତ ଛାଡି ପାରାଦୀପ ପୋର୍ଟ ମଜଦୂର ସଂଘରେ ସାମିଲ ହେବା ପ୍ରକ୍ରିୟା ଜାରି ରହିଛି  । ଯିଏ ଯେତେ ବଡ ଶକ୍ତିଶାଳୀ କି ବିତ୍ତଶାଳୀ ହୁଅନ୍ତୁ ନା କାହିଁକି ଶ୍ରମିକମାନଙ୍କୁ ଶୋଷଣ କରୁଥିବା ବ୍ୟକ୍ତି କିମ୍ବା ସଂସ୍ଥା ବିରୁଦ୍ଧରେ ପାରାଦୀପ ପୋର୍ଟ ମଜଦୁର ସଂଘ ତାର ସଂଗ୍ରାମ ଜାରି ରଖିବ  । ପାରାଦୀପରେ ରାଙ୍ଗା-ବିର୍ଲା ଯୋଡି ଭାବେ ଜଣାଶୁଣା ତଥାକଥିତ ଶ୍ରମିକନେତା ସନ୍ତୋଷ ପଟ୍ଟନାୟକ ଓ ବାପି ସାର୍ଖେଲଙ୍କ ମଧ୍ୟରୁ ବର୍ଷ ବର୍ଷ ଧରି ଅଗଣତାନ୍ତ୍ରୀକ ଉପାୟରେ ପାରାଦୀପ ପୋର୍ଟ ବଣିକ ସଂଘକୁ ନିଜ ଅକ୍ତିଆରରେ ରଖି ଆସିଥିବା ଶ୍ରମିକନେତା ସନ୍ତୋଷ ପଟ୍ଟନାୟକ (ରାଙ୍ଗା)କୁ ଯୋତାମାଳା ପିନ୍ଧାଇ ବଣିକ ସଂଘରୁ ତଡିବା ପରେ ବିଅର ଫ୍ୟାକ୍ଟ୍ରିରୁ ମଧ୍ୟ ତାଙ୍କୁ ତଡି ଦିଆଯାଇଛି  । ସେହିଭଳି  ଅନୈତିକ ଉପାୟରେ ବଳପୂର୍ବକ ମାଡି ବସିଥିବା ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଂଘରୁ ନିକଟ ଭବିଷ୍ୟତରେ ତାଙ୍କୁ ତଡିବା ପାଇଁ ପ୍ରକ୍ରିୟା ଜାରି ରହିଛି  । ତେବେ ରାଙ୍ଗା (ସନ୍ତୋଷ ପଟ୍ଟନାୟକ)ଙ୍କୁ ଯେଭଳି ଯୋତା ମାଳ ପିନ୍ଧାଇ ବଣିକ ସଂଘରୁ ତଡି ଦିଆଗଲା ସେହିଭଳି ବିର୍ଲା (ବାପି ସାର୍ଖେଲ)କୁ ମଧ୍ୟ ଯୋତାମାଳ ପିନ୍ଧାଇ ପାରାଦୀପରୁ ତଡି ଏଠାକାର ସୁସ୍ଥ ବାତାବରଣ ଫେରାଇ ନ ଆଣିବା ପର୍ଯ୍ୟନ୍ତ   ମୋର ଏ ସଂଗ୍ରାମ ଜାରି ରହିବ ବୋଲି ଶ୍ରମିକ ନେତା ଶ୍ରୀ ତ୍ରିପାଠୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ  । ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ପୋର୍ଟ ମଜଦୂର ସଂଘର ସାଧାରଣ ସମ୍ପାଦକ ଅଭିମନୁ୍ୟ ବେହେରା, କାର୍ଯ୍ୟକାରୀ ସଭାପତି ପରେଶ ମୁର୍ମୁ, ସହ ସମ୍ପାଦକ ରତ୍ନାକର ଜେନା, ଅନ୍ତର୍ଯ୍ୟାମୀ ବାରିକ (ଟୁକୁନା) ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ  ।