ଦରଦାମ ବୃଦ୍ଧି ନେଇ ବିକ୍ଷୋଭ
ାା ପ୍ରଭାନୁ୍ୟଜ ।ା କଟକ : ଆଳୁ, ପିଆଜ ସମେତ ସମସ୍ତ ପନିପରିବା ତଥା ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଲଗାମହୀନ ଦରଦାମ୍୍ ବୃଦ୍ଧିକୁ ଯୁଦ୍ଧକାଳୀନ ଭିତ୍ତିରେ ହ୍ରାସ କରିବା, ଦରଦାମ୍ ନିୟନ୍ତ୍ରଣ ପାଇଁ ସରକାର ସ୍ଥାୟୀ ଭାବେ ପଦକ୍ଷେପ ନେବା ଦାବିରେ କଟକ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏସୟୁସିଆଇ(ସି) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିସହିତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ସଂପାଦକ ବିଶ୍ୱାବସୁ ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଜିଲ୍ଲା ଅଫିସ୍ ସଂପାଦକ ଖଗେଶ୍ୱର ସେଠୀ, ଜିଲ୍ଲା କମିଟି ସଦସ୍ୟ ରାଜକିଶୋର ମଲ୍ଲିକ, ବସନ୍ତ ନାୟକ, ବବି ବଳବନ୍ତରାୟ, ସୌଭାଗ୍ୟ କେତନ ସାମଲ, ଦୀପକ ଦାସ, ଭାଗ୍ୟରବି ଦାସ, ବିନୋଦ ସେଠୀ, ଇଶା ଧର, ଶୋଭା ଦେହୁରୀ, ସିପ୍ରା ମହାନ୍ତି, ପ୍ରିୟଦର୍ଶନ ପାଭେଲ, ସ୍ୱାଧୀନୀ ବେହେରା, ଅକ୍ଷୟ ରାଉଳ, ଆଇନଜୀବୀ ପ୍ରତାପ ମିଶ୍ର, ଜ୍ୟୋସ୍ନାରାଣୀ ଦାସ ଓ ଝରଣା ଦାସ ପ୍ରମୁଖ ସାମିଲ ଥିଲେ । ଲଗାମହୀନ ଦରଦାମ ବୃଦ୍ଧି ସମସ୍ତ ଓଡିଶାବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ୮୪.୪ ପ୍ରତିଶତ ଲୋକଙ୍କ ଦିନକୁ ୨୦ ଟଙ୍କା ଖର୍ଚ୍ଚ କରିବାର କ୍ଷମତା ନାହିଁ । ଏଭଳି ପରିସ୍ଥିତିରେ ଏହି ଦରଦାମ୍ ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ଜନସାଧାରଣଙ୍କୁ କଲବଲ କରୁଛି । ଏଣୁ ସରକାର ଏହି ଦରଦାମ୍ ବୃଦ୍ଧିକୁ ହ୍ରାସ କରିବା ପାଇଁ ଯୁଦ୍ଧକାଳୀନ ଭାବେ ପଦକ୍ଷେପ ଗ୍ରହଣ ନ କଲେ ଗଣ ଆନେ୍ଦାଳନକୁ ଆହୁରି ଶକ୍ତିଶାଳୀ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।