୬୩୩ ବିଦ୍ୟାର୍ଥୀଙ୍କୁ ଛାତ୍ରବୃତ୍ତି

 ବାରଙ୍ଗ  : ଉଚ୍ଚ ଶିକ୍ଷାକୁ ଅଧିକ ସମାବେଶୀ ଓ ସୁଲଭ କରିବା ଦିଗରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଉଦ୍ୟମ ଜାରି ହୋଇଛି । ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୪-୨୫ ଶିକ୍ଷାବର୍ଷରେ ୬୩୩ ଜଣ ବିଦ୍ୟାର୍ଥୀଙ୍କୁ ଛାତ୍ରବୃତ୍ତି ଓ ଆର୍ଥିକ ସାହାଯ୍ୟ କରାଯାଇଛି । ଏହା ବିଗତ ବର୍ଷଠାରୁ ଢେର୍ ଅଧିକ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରୁ ଜଣାପଡ଼ିଛି । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଏହି ଉଦ୍ୟମ ଫଳରେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଅନଗ୍ରସର ତଥା ଶାରୀରିକ ଭିନ୍ନକ୍ଷମ ବିଦ୍ୟାର୍ଥୀମାନଙ୍କ ଶିକ୍ଷାଲାଭରେ କୌଣସି ବାଧା ସୃଷ୍ଟି ହେବନାହିଁ । ଏହାର ନେତୃତ୍ୱ ନେଇଥିଲେ ସମ୍ପୃକ୍ତ ବିଭାଗର ନିଦେ୍ର୍ଦଶକ ଡ. ମୃତୁ୍ୟଞ୍ଜୟ ଦାଶ, ନୋଡାଲ ଅଧିକାରୀ ଡ. ଜସ୍ମିନ ଭୂୟାଁ ଓ କାର୍ଯ୍ୟନିଷ୍ଠ ସହାୟିକା ଅନିତା ସିଂହ ।