୭୬ ତମ ବନ ମହୋତ୍ସବ
ଭବାନୀପାଟଣା : କଳାହାଣ୍ଡି ଜିଲା ନର୍ଲା ବ୍ଲକ୍ ଘଣ୍ଟମାଳ ପଞ୍ଚାୟତ ପାହାଡ଼ ଅଞ୍ଚଳରେ ୭୬ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ୪୫ ହେକ୍ଟର ସ୍ଥାନରେ ପ୍ରାୟ ୯୦୦୦ ବୃକ୍ଷରୋପଣ କରାଯାଇ ବନ ସୁରକ୍ଷା, ପରିବେଶ ଓ ପ୍ରାକୃତିକ ସଂରକ୍ଷଣ ବାବଦରେ ଜନସାଧାରଣ ମଧ୍ୟରେ ସଚେତନତା ବୃଦ୍ଧି କରାଯାଇଛି । ପରିବେଶ ସୁରକ୍ଷା, ଜଙ୍ଗଲ ପାଇଁ ଜନଜାଗରଣ ସୃଷ୍ଟି ନିମନ୍ତେ ଭବାନୀପାଟଣା ବନ ବିଭାଗ ଅଧିନସ୍ଥ ଶାନ୍ତପୁର ସେକ୍ସନର ଫରେଷ୍ଟର କିଶୋର ଚନ୍ଦ୍ର ସାହୁ, ଭବାନୀ ଶଙ୍କର ପରିଛାଙ୍କ ଉପସ୍ଥିତିରେ ଘଣ୍ଟମାଲ ସରପଞ୍ଚ ଦେବେନ୍ଦ୍ର ସା ଓ ୱାର୍ଡÿମେମ୍ବର, ବନସୁରକ୍ଷା ସମିତିର ସଭାପତି,ଫରେଷ୍ଟ ଗାର୍ଡÿ ଜ୍ୟୋସ୍ନା ବେହେରା, ଭୀଷ୍ମ ଶବର, ପି.ନାଗ ଓ ଟିମ୍ ଲିଡର ସୁବାଷ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।