ପୃଥକ ସଡକ ଦୁର୍ଘଟଣା, ୨ମୃତ
ତାଳଚେର : ତାଳଚେର ଟାଉନ ଥାନା ଅନ୍ତର୍ଗତ ଥର୍ମାଲ ନିକଟସ୍ଥ ନୂଆଁପଡା ଠାରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ଏହାର କିଛି ସମୟ ମଧ୍ୟରେ ଆଉ ଏକ ଦୁର୍ଘଟଣାରେ ଜଣଙ୍କର ମୃତୁ୍ୟ ହୋଇଥିବା ତାଳଚେରବାସୀଙ୍କୁ ମର୍ମାହତ କରିଛି । ଗୁରୁଜାଙ୍ଗୁଲି ଗ୍ରାମ ପଂଚାୟତ ବିଜୁଜନତା ଦଳର ପୂର୍ବତନ ସଭାପତି ସୁମନ ମହାନ୍ତି ପରିବା ଆଣିବାକୁ ଯାଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା, ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ସେଠାରୁ ତାଙ୍କୁ ଉଦ୍ଧାର କରି ତାଳଚେର ସରକାରୀ ମଣ୍ଡାପାଳ ଡାକ୍ତରଖାନା ନେଇଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତୁ୍ୟ ଘୋଷଣା କରିଥିଲେ । ସେହିଭଳି ସେହି ର୍ଥମାଲ ନିକଟସ୍ଥ ନୂଆଁପଡା ଠାରେ ନରେଶ ଚନ୍ଦ୍ର ସାହୁ (୩୮) ବାଇକ ଯୋଗେ ଯାଉଥିବା ବେଳେ ଗୋଟିଏ ଟ୍ରକ ତାଙ୍କୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତୁ୍ୟ ଘଟିଥିଲା । ଏହି ଦୁଃଖ ଖବର ପ୍ରଚାରିତ ହେବାପରେ ସେଠାରେ ଉତେଜନା ପୂର୍ଣ୍ଣ ଅବସ୍ଥା ଦେଖା ଯାଇଥିଲା, ସ୍ଥାନୀୟ ଲୋକ ଉତ୍ୟକ୍ତ ହେବା ଫଳରେ ରାସ୍ତାର ଉଭୟ ପାର୍ଶ୍ୟରେ ଶହଶହ ଟ୍ରକ ଠିଆହୋଇ ରହିଥିଲା ।