ବିହାରରେ ବିଷାକ୍ତ ମଦ ପିଇ ୨୫ ମୃତ

ାା ଏଜେନ୍ସି ।ା ପାଟନା: ପୁଣି ବିହାରରେ ବିଷାକ୍ତ ମଦ ହାହାକାର ସୃଷ୍ଟି କରିଛି । ରାଜ୍ୟରେ ବିଷାକ୍ତ ମଦ ପିଇ ୨୫ ଜଣଙ୍କ ମୃତୁ୍ୟ ଘଟିଲାଣି । ଏଥିସହ ଏକାଧିକ ଲୋକ ଆସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମୃତକମାନେ ସିୱାନ ଏବଂ ସରଣ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ପୁଲିସ ସୂଚନା ଅନୁସାରେ, ଏହି ଦୁଇ ଜିଲ୍ଲାରେ ଅନେକ ଲୋକ ବିଷାକ୍ତ ମଦ ପିଇବା ପରେ ଅସୁସ୍ଥ ହୋଇ ପଡିଥିଲେ । ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କ ମୃତୁ୍ୟ ଘଟିଥିଲା । ସେମାନଙ୍କ ମଧ୍ୟରୁ ସିୱାନ ଜିଲ୍ଲାରୁ ୨୦ ଜଣ ଥିବାବେଳେ ସରଣ ଜିଲ୍ଲାରୁ ୫ଜଣ ଅଛନ୍ତି । ଏବେ ମଧ୍ୟ ଜଣଙ୍କ ପରେ ଜଣେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ଫଳରେ ମୃତୁ୍ୟସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।  ବିହାରରେ ବିଷାକ୍ତ ମଦ ପିଇ ଏକକାଳୀନ ଏତେ ସଂଖ୍ୟକ ଲୋକଙ୍କ ମୃତୁ୍ୟ ଘଟିବା ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି । ଏହାକୁ ଦୃଷ୍ଟିରେ ୨୦୧୬ରେ ତକôାଳୀନ ସରକାର ରାଜ୍ୟରେ ମଦ ବିକ୍ର ଏବଂ ମଦ ସେବନ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଥିଲେ । ମାତ୍ର ରାଜ୍ୟରେ ମଦମୃତୁ୍ୟର କରୁଣ ଦୃଶ୍ୟକୁ ରୋକାଯାଇ ପାରୁନାହିଁ । ସେପଟେ ଏପରି ଦୁଃଖଦ ସମୟରେ ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ରତ୍ନେଶ ସାଦାଙ୍କ ଏକ ଅଜବ ବିବୃତ୍ତି ସାମ୍ନାକୁ ଆସିଛି । ଏତେ ସଂଖ୍ୟକ ଲୋକଙ୍କ ମୃତୁ୍ୟ ପରେ ମଧ୍ୟ ଏହା ପ୍ରଶାସନିକ ବିଫଳତା ନୁହେଁ ବୋଲି ସେ କହିଛନ୍ତି । ଏହାକୁ ନେଇ ବିପକ୍ଷ ଆରଜେଡି ଶାସକ ଜେଡିୟୁ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ସରକାର ରାଜ୍ୟରେ ମଦମୃତୁ୍ୟକୁ ରୋକିବାରେ ବିଫଳ ହୋଇଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି ।