୮୦ଟି କଚ୍ଚାଘର ଗୁହାଳ ଭାଙ୍ଗିଲା

ାା ପ୍ରଭାନୁ୍ୟଜ ।ା ବରୀ: ବାତ୍ୟା ‘ଦାନା ' ଗଲା ପରେ ଦିନ ତମାମ ବର୍ଷା ଜାରି ରହିଛି  । ଫଳରେ ରାସ୍ତା ଘାଟ ଶୂନଶାନ ଦୋକାନ ବଜାର ପ୍ରାୟ ବନ୍ଦ ରହିଛି  । ବାତ୍ୟାର ପ୍ରକୋପ କରିଥିଲେ ମଧ୍ୟ ବର୍ଷା ଜାରି ରହିଛି । ବାତ୍ୟା ଆଶ୍ରୟସ୍ଥଳୀରେ ରହୁଥିବା ଲୋକେ ଧୀରେ ଧୀରେ ଘରକୁ ଫେରୁଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି  । ସେପଟେ ବରୀ ବ୍ଲକରେ ବାତ୍ୟା ଓ ବର୍ଷା ଯୋଗୁ ପ୍ରାୟ ୮୦ ଟି କଚାଘର ଓ ଗୃହପାଳିତ ପଶୁଙ୍କ ଗୁହାଳର ବ୍ୟାପକ କ୍ଷୟକ୍ଷତି ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଅତିରିକ୍ତ ତହସିଲଦାର କଲ୍ଲୋଳ ମିଶ୍ର ସୂଚନା ଦେଇଛନ୍ତି । ପ୍ରବଳ ବର୍ଷା ଫଳରେ ଚାଷ ଜମିରେ ଫସଲ ବ୍ୟାପକ ଭାବେ ଜଣାପଡ଼ିଛି । ବର୍ଷା ପାଣି ଯୋଗୁ ବିଶେଷ ଭାବେ ବିରି, କୋଳଥ, ପନି ପରିବା କ୍ଷତି ଘଟିଛି । ବରୀ ତହସିଲଅଧିନ ଗୋଲକୁଣ୍ଡ ପଞ୍ଚାୟତର ଗୋଲକୁଣ୍ଡ ଗ୍ରାମର ଗୋପବନ୍ଧୁ ଜେନାଙ୍କ ଗୁହାଳ ଉପରେ ଶିମିଳି ଗଛ ଭାଙ୍ଗିପଡିଛି  । ଫଳରେ ଗୁହାଳ ଆଜବେଷ୍ଟ ସହ ଘର ଭାଙ୍ଗିଥିବା ଜଣାପଡ଼ିଛି । ଏଥିରେ ୨ ଟି ଗାଈ ଓ ୨ଟି ବାଛୁରୀ ରହିଥିଲେ । ଖବର ପାଇଁ ଅଗ୍ନିସମବାହନୀ ଓ ଓଡ୍ରାଫ ଟିମ ପହଁଚି ଗୁହାଳ ଉପରେ ପଡିରହୁଥିବା ଗଛକୁ କାଟି ସଫା କରି ଗୃହପାଳିତ ପଶୁଙ୍କୁ ଉଦ୍ଧାର କରିଥିବା ଜଣାପଡିଛି  ।