ଅକ୍ସଫୋର୍ଡ ଇଂଲିଶ ମିଡିୟମ ସ୍କୁଲର ପ୍ରତିଷ୍ଠା ଦିବସ
ରାଜକନିକା : ପୂର୍ବ ସୁରୀଙ୍କ ପ୍ରେରଣା ଓ କର୍ମନିଷ୍ଠ ସାଧନା ଫଳରେ ୨୩ ବର୍ଷରେ ପହଁଚିଛି ଓଳାଭର ଅକ୍ସଫୋର୍ଡ ଇଂଲିଶ ମିଡିୟମ ସ୍କୁଲ । ଆହି ଭଳି ଦିନରେ ଶିକ୍ଷାନୁଷ୍ଠାନ ଗଢିଥିବା ଶିକ୍ଷାବିତ୍ ସ୍ୱର୍ଗତ ଉଦୟନାଥ ବେହେରାଙ୍କୁ ମନେ ପକାଇବାକୁ ସମୟ ଆସିଛି ବୋଲି ଅଗଷ୍ଟ ୧ ତାରିଖ ପ୍ରତିଷ୍ଠାତା ସ୍ୱର୍ଗତ ବେହେରାଙ୍କ ଜନ୍ମଦିନ ଏବଂ ଅକ୍ସଫୋର୍ଡ ଇିଂଲିସ ମିଡିୟମ ସ୍କୁଲର ୨୩ତମ ପ୍ରତିଷ୍ଠା ଦିବସ ଓ ମାତୃ ସମ୍ମିଳନୀରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିବା ସହିତ ଏହି ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କରିଥିଲେ । ସ୍କୁଲ ଅଧ୍ୟକ୍ଷା ମିସ୍ ଡଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ପ୍ରଭାତୀ ଦାସ, ମୁଖ୍ୟବକ୍ତା ଭାବେ ପରିଚାଳନା କମିଟିର ସଦସ୍ୟ ଗଦାଧର ଦାସ, ସମ୍ମାନିତଅତିଥି କମିଟି ସଭାପତି ସୁଦର୍ଶନ ଦାସ ଓ ସଦସ୍ୟ ରମାକାନ୍ତ ସାହୁ, ଶିକ୍ଷକ ଧୀର୍ତ୍ତି ସୁନ୍ଦର ଆଚାର୍ୟ୍ୟ, ଅବସରପ୍ରାପ୍ତ ଶିକ୍ଷକ ନରୋତ୍ତମ ବେହେରା ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ ସ୍କୁଲ ପ୍ରତିଷ୍ଠାତା ସ୍ୱର୍ଗତ ବେହେରାଙ୍କ ଧର୍ମ ପନôୀ ତଥା ସ୍କୁଲ ର ସମ୍ପାଦିକା ବାସନ୍ତୀ ବେହେରା ମା ମାନଙ୍କ ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ,ବରିଷ୍ଠ ଶିକ୍ଷକ ରଶ୍ମି କାନ୍ତ ବିଶ୍ୱାଳ, କ୍ରୀଡା ଶିକ୍ଷକ ଶରତ କୁମାର ଜେନା ମଧ୍ୟ ନିଜର ବକ୍ତବ୍ୟ ରଖିଥିବା ବେଳେ ଶିକ୍ଷୟତ୍ରୀ ଯଶୋସିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ମା’ଙ୍କ ଉପରେ ଆଧାରିତ ଏକ ନାଟକ ପରିବେଷଣ ହୋଇଥିଲା । ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ବିଶ୍ୱ ରଞ୍ଜନ ବାରିକ, ପ୍ରଶାନ୍ତ ପଣ୍ଡା, ମିନତୀ ବାଇ, ମାନସୀ ସାହୁ, ସବିତା ପୃଷ୍ଟି, ସୋନାଲି ବେହେରା, ପ୍ରିୟ ଦର୍ଶନୀ ରାଉତ, ଶୁଚସ୍ମିତା ପୃଷ୍ଟିଙ୍କ ସମେତ ସମସ୍ତ କର୍ମଚାରୀ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।