ଅଖିଳଚକ୍ର ପକ୍ଷରୁ କବି ଅଭିମନୁ୍ୟଙ୍କ ପୂଣ୍ୟତିଥି ପାଳିତ 

 ସିଂହପୁର: ବିଦଗ୍ଧ କବି ଅଭିମନୁ୍ୟ ସାମନ୍ତସିଂହାରଙ୍କ ଶ୍ରେଷ୍ଠ କାବ୍ୟ ବିଦଗ୍ଧ ଚିନ୍ତାମଣୀ, ପ୍ରେମ ଚିନ୍ତାମଣୀ, ପ୍ରେମ କଳା ଆଦି୧୮ଶ ଶତାବ୍ଦୀର ହୋଇଥିଲେ ହେଁ ତାହା ଓଡିଆ ଭାଷାର ସର୍ବକାଳୀନ ବୋଲି କୁହାଯାଏ । ସେଥିରେ ଥିବା ଆଧ୍ୟାତ୍ମିକ ଚେତନା ଓ ଆତ୍ମିକ ଉନ୍ମିଳନ ସର୍ବକାଳୀନ ବୋଲି ଧରାଯାଇଛି । ଏହି କାବ୍ୟ କୃତୀ ଜାତୀୟ ପାଠ୍ୟକ୍ରମ ଅନ୍ତର୍ଭୃକ୍ତ ହେବା ଆବଶ୍ୟକ ବୋଲି ଅଖିଳଚକ୍ର ପକ୍ଷରୁ କୁହାଯାଇଛି । ଅଙ୍ଗଳୋ ବାଲାଜୀୟୁ କଲେଜରେ ଥିବା ଅଭିମନୁ୍ୟ ସାମନ୍ତସିଂହାରଙ୍କ ପ୍ରତିମୂର୍ତିରେ ଅଖିଳଚକ୍ର ଓଡିଶାର କର୍ମକର୍ତା, ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଏବଂ ଆଖପାଖ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଂଜଳୀ ଜ୍ଞାପନ କରିଛନ୍ତି । ଅଧ୍ୟକ୍ଷ ଜୟଦେବ ଥାଟୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ସମ୍ପାଦକ ହରେକୃଷ୍ଣ ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇ କହିଲେ ଯେ ଯାଜପୁର ମାଟିରେ ୧୮ଶ ଶତାବ୍ଧୀରେ ଜନ୍ମ ନେଇଥିବା ବିଦଗ୍ଧ କବି ଅଭିମନୁ୍ୟ ସାମନ୍ତସିଂହାର ଉଭୟ ଭାବ ଓ ଭାଷାରେ ରୀତିଯୁଗର ପରମ୍ପରା ଅକ୍ଷୁର୍ଣ୍ଣ ରଖି ମହାନ କାବ୍ୟସ୍ରଷ୍ଠା ହୋଇପାରିଥିଲେ । ରୀତି ଯୁଗର ଓଡିଆ ଅସ୍ମିତାର ଧରୋହର ସାଜିଥିବା ଅଭିମନୁ୍ୟଙ୍କୁ ଏଜାତି ଉପଯୁକ୍ତ ସମ୍ମାନ ଏଯାବତ ଦେଇ ପାରିନଥିବା ଯୋଗୁ ସେ କ୍ଷୋଭ ପ୍ରକାଶ କରିଥିଲେ । ଜଗବନ୍ଧୁ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଗୈ÷ାରାଙ୍ଗ ସ୍ୱାଇଁ, ବରୁଣେଶ୍ୱର କଲେଜର ରବୀନ୍ଦ୍ର କୁମାର ପରିଡା, ଅଙ୍ଗାଳୋ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ପରିଡା, ଶିକ୍ଷକ ସଙ୍ଘ ନେତା ପୀତାମ୍ବର ସ୍ୱାଇଁ ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି କହିଲେ ଯେ, ଓଡ଼ିଆ ଅସ୍ମିତାର ପ୍ରତୀକ ଅଭିମନୁ୍ୟଙ୍କ ନାମରେ ନାମିତ ଭୁବନେଶ୍ୱରସ୍ଥ ରାସ୍ତାକୁ ପୁନଃ ତାଙ୍କ ନାମରେ ନାମିତ କରିବା ସହ ଅଭିମନୁ୍ୟଙ୍କୁ ଯଥା ମାନ୍ୟ ପ୍ରଦାନ ନିମନ୍ତେ ଅଖିଳଚକ୍ର ପକ୍ଷରୁ ଦାବି କରିଥିଲେ । ଉତ୍ସବରେ ଆଶିଷ ରାୟ, ଅଧ୍ୟକ୍ଷ ଲଛମନବାଲାଜିୟୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷ, ଅଧ୍ୟାପକ ମଣ୍ଟୁ ବଳବନ୍ତରାୟ, ଅଧ୍ୟାପକ ଭରତଚନ୍ଦ୍ର ବେହେରା, ଅଧ୍ୟାପକ ମଦନମୋହନ ପରିଡା, ଅଧ୍ୟାପିକା ମୋନାଲିସା ପରିଡା, ଅଧ୍ୟାପିକା ତନୁଶ୍ରୀ ପଟ୍ଟନାୟକ, ଅଧ୍ୟାପିକା ପ୍ରତିଭା ଜେନା, ଅଧ୍ୟାପକ ଆଲୋକ କୁମାର ସାମଲ, ଅଧ୍ୟାପକ ଧର୍ମେନ୍ଦ ସାମଲ, ସୁବ୍ରତ ଧଳ ପ୍ରମୁଖ ଯୋାଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।