ଅଘଟଣ ପରେ ପ୍ରଶାସନ ନିଦ ଭାଙ୍ଗିଲା

 ତାଳଚେର : ତାଳଚେର ଷ୍ଟେସନରୁ ଟେମ୍ପୁ ଯୋଗେ ଅପହୃତା ହୋଇଥିବା ସୁଭଦ୍ରାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପୁଲିସର ନିଦ ଭାଙ୍ଗିଛି  । ପୁଲିସ ବୁଧୁବାର ତାଳଚେର ଅଞ୍ଚÿଳରେ ଥିବା ସମସ୍ତ ଅଟୋ ଓ ଚାଳକ ମାନଙ୍କୁ ଆଣି ଗାଡି କାଗଜପତ୍ର, ଡ୍ରାଇଭିଙ୍ଗ ଲାଇସେନ୍ସ, ଆଧାର ଇତ୍ୟାଦି ଯାଞ୍ଚÿ ପ୍ରକ୍ରିୟା ଆରମ୍ଭ କରିଥିବା ଦେଖାଯାଇଥିଲା  । ଯେଉଁ ଅଟୋ କାଗଜପତ୍ର ଠିକ ରହିଛି ସେମାନଙ୍କୁ ତର୍ଜମା କରି ଛାଡି ଦେବାପରେ ଅନ୍ୟ ଗୁଡିକୁ କାଗଜପତ୍ର ନଥିବାରୁ ସେମାନଙ୍କୁ ଅଟକ ରଖିଛିି  । ଗଣଦୁଷ୍କର୍ମର ଶୀକାର ହୋଇଥିବା କଣିହାଁ ଅଞ୍ଚଳର ନିଖୋଜ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ପୋଡି ଦେଇଥିବା ଘଟଣା ଆଜି ପୋଲିସ୍ ପ୍ରଶାସନ ନିଦ ଭାଙ୍ଗିଛି  । ଯଦି ଏହି ସବୁ ସତର୍କତା ଅବଲମ୍ବନ ଆଗରୁ କରାଯାଇଥାନ୍ତା ତେବେ ଏହି ଅଘଟଣ ଘଟିନଥାନ୍ତା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି  ।