ଅଜଣା ଗାଡି ଧକ୍କାରେ ନାବାଳକ ମୃତ; ରାସ୍ତା ଅବରୋଧ
ଦାନଗଦୀ : କଳିଙ୍ଗନଗର ଥାନା ବାଲିଆପାଳ ପେଟ୍ରୋଲ ଟାଙ୍କି ନିକଟରେ ଅଜଣା ଗାଡ଼ି ଧକ୍କାରେ ନାବାଳକର ମୃତୁ୍ୟ ଘଟିଥିବା ବେଳେ ଜଣେ ଆହତ ହୋଇ ମେଡ଼ିକାଲରେ ଚିକିିସôିତ ହେଉଛି । ନାବାଳକର ମୃତୁ୍ୟକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଶବ ରଖି ଲୋକେ ରାସ୍ତା ଅବରୋଧ କରିଛନ୍ତି । ଖବର ମୁତାବକ ଆଜି ଅପରାହ୍ନ ପ୍ରାୟ ୩ଟା ଘଟିକା ସମୟରେ ବାଇକ ଯୋଗେ କଳିଙ୍ଗନଗର ଥାନ ଅନ୍ତର୍ଗତ ରଙ୍ଗାହୁଡ଼ି ଗ୍ରାମର ନାବାଳକ ପ୍ରଦ୍ୟୁମ୍ନ ମହାନ୍ତ ଏବଂ କୁନା ମହାନ୍ତ ଟମକାରୁ ଫେରୁଥିବା ବେଳେ ବାଲିଆପାଳ ପେଟ୍ରୋଲ ଟାଙ୍କି ନିକଟରେ ଅଜଣା ଗାଡି ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ପ୍ରଦୁମ୍ନଙ୍କ ମୃତୁ୍ୟ ଘଟିଥିବା ବେଳେ କୁନା ଗୁରୁତର ହୋଇପଡ଼ିଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଦାନଗଦୀ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ଆମ୍ବୁଲାନ୍ସ ଠିକ ସମୟରେ ନ ପହଁଚିବା କାରଣରୁ ପ୍ରଦୁ୍ୟମ୍ନଙ୍କ ମୃତୁ୍ୟ ହୋଇଥିବା ପରିବାର ଲୋକ ଅଭିଯୋଗ କରିବା ସହ ଶବ ହସ୍ତାନ୍ତର ପରେ ଡୁବୁରୀ-ଟମକା ରାସ୍ତାରେ ରଖି ଅବରୋଧ କରିବା ସହିତ ୫୦ଲକ୍ଷ କ୍ଷତି ପୂରଣ ଦାବିରେ ଅଡ଼ିବସିଥିଲେ ।