ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

 ଯାଜପୁର ଟାଉନ: ଯାଜପୁର ସଦର ଥାନା ଅନ୍ତର୍ଗତ ତନ୍ତିଘାଇ ବ୍ରିଜ ନିକଟରୁ ଏକ ଅଜଣା ଯୁବକର ଗଳିତ ଶବ ଉଦ୍ଧାର ହୋଇଛି । ଘଟଣାରୁ ପ୍ରକାଶ ରବିବାର ସକାଳେ ସ୍ଥାନୀୟ ଲୋକେ ନଦୀକୁ ଶୌଚହେବା ପାଇଁ ଯିବାବେଳେ ନଦୀ ମଧ୍ୟରେ ଏକ ଶବ ଭାସୁଥିବାର ଦେଖି ସଦର ଥାନାକୁ ଜଣାଇଥିଲେ । ଖବର ପାଇ ସଦର ଥାନାଧିକାରୀ ଦାୟିତ୍ୱରେ ଥିବା ଡିଏସ୍ସି ଶଙ୍କର୍ଷଣ ଦଳେଇ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚô ବରୁଆଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚô ଶବକୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ଶବର ଶରୀରରେ ଗଭୀର ଆଘାତ ଲାଗିଥିବା ବେଳେ ଦୁଇ ଗୋଡ଼କୁ ଏକ ବାଲି ବସ୍ତାଦ୍ୱାରା ବନ୍ଧା ଯାଇ ନଦୀ ଗର୍ଭକୁ ପକାଯାଇଥିବା ସନେ୍ଦହ କରାଯାଉଛି । ଏହା ଏକ ହତ୍ୟାକାଣ୍ଡ ଘଟିଥିବା ସନେ୍ଦହ କରି ସ୍ଥାନୀୟ ପୁଲିସ ଯାଜପୁର ଏସ୍ଡିପିଓ ପ୍ରଶାନ୍ତ କୁମାର ମାଝୀ ଓ ମାଜିଷ୍ଟ୍ରେଟ ଅଜୟ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଶବକୁ ପଞ୍ଚନାମା କରି ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ମୃତ ଯୁବକର ପରିଚୟ ମିଳିନଥିବା ବେଳେ ସଦର ଥାନା ପକ୍ଷରୁ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।