ଅଟଳ ଜନ୍ମ ଶତାବ୍ଦୀ ଉପଲକ୍ଷେ ବିଜେପି ପକ୍ଷରୁ କର୍ମୀ ସମ୍ମିଳନୀ
କେନ୍ଦ୍ରାପଡା : ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଖର ରାଷ୍ଟ୍ରନିତୀଜ୍ଞ କବି ତଥା ବାଗ୍ମୀ ଭାରତରନô ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତାଦ୍ଦୀ ଉପଲକ୍ଷେ ଉତରାଧିକାରୀ କାର୍ଯ୍ୟକର୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୈାରସଂସ୍ଥା ଟାଉନ ହଲ ଠାରେ ଅନୁଷ୍ଠିତ ଏହି ସମ୍ମିଳନୀ ରେ ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବୈଦନାଥ ଚାଟାର୍ଜୀ, ପୂର୍ବତନ ବିଧାୟକ ଦୋଳ ଗୋବିନ୍ଦ ନାୟକ, ଗୀତାଞ୍ଜଳୀ ସେଠୀ, ତେଜେଶ୍ୱର ପରିଡା, କୃଷ୍ଣ ପଣ୍ଡା, ଉପୀନ ରାଉତ, ପ୍ରମୁଖ ମଂଚାସୀନ ରହି ବକ୍ତବ୍ୟ ରଖିଥିଲେ । ଜିଲ୍ଲାର ବିଭିନ୍ନ ମଣ୍ଡଳ କମିଟିର ସଭାପତି, ସଂପାଦକ ଓ ଅନ୍ୟ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଦଳକୁ ଅଧିକ ସଂଗଠିତ କରି ସ୍ୱର୍ଗତ ବାଜପେୟୀଙ୍କ ସ୍ୱପ୍ନର ଭାରତ ଗଠନ ଦିଗରେ ସମସ୍ତେ ଆନ୍ତରିକତା ସହିତ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦିଆଯାଇଛି ।