ଅଟୋ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ ; ୩ ଗିରଫ

ଅଟୋ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ ; ୩ ଗିରଫ


ଭୁବନେଶ୍ୱର, ୨୪ା୬ : ନିର୍ମାଣ କୋଠାର ସାମଗ୍ରୀ ଅନଲୋଡ ବେଳେ ଅଟୋ ଚାଳକଙ୍କୁ ଜାଣିଶୁଣି ଧକ୍କା ଦେଇ ପରେ ସେ ପ୍ରତିବାଦ କରିବାରୁ ତାଙ୍କୁ ଓ ତାଙ୍କର ବାପାଙ୍କୁ କାଠଫାଳିଆରେ ମରଣାନ୍ତକ ଆକ୍ରମଣ । ଏନେଇ ଭରତପୁର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ୩ ଅଭିଯୁକ୍ତ ହେଲେ, ଘାଟିକିଆ ଗଡ଼ସାହି, ତେଲିସାହି ଓ ତଳଗଡ଼ ସାହିର ଦୀପକ ନାୟକ, ସୁରେଶ ଦେହୁରୀ ଓ ଦିପକ ନାୟକ । 
 ସୂଚନାଯୋଗ୍ୟଯେ, ଅଭିଯୋଗକାରୀ ବିକ୍ରମ ଗଜେନ୍ଦ୍ର ଏକ ମାଲବାହି ଅଟୋ ଚଳାନ୍ତି । ଗତ ୧୪ ତାରିଖ ସନ୍ଧ୍ରା ସମୟରେ ସେ ଘାଟିକିଆ କବାଡି ସାହି ନିକଟରେ କିଛି କନଷ୍ଟ୍ରକ୍ସନ ଉପକରଣ ଅନଲୋଡ କରୁଥିବା ସମୟରେ ଦୁଇ ଅଜଣା ବ୍ୟକ୍ତି ଆସି ତାଙ୍କ ଅଟୋକୁ ଧକ୍କ୍ା ଦେଇଥିଲେ । ଫଳରେ କିଛି କନଷ୍ଟ୍ରକ୍ସନ ଉପକରଣ ତଳେ ପଡ଼ିଯାଇ ନଷ୍ଟ ହୋଇଯାଇଥିବା ଦେଖିଥିଲେ । ଏନେଇ ସେମାନଙ୍କ ଅଟୋ ଚାଳକ ଜଣଙ୍କ ବିରୋଧ କରିବା ସହ ପରସ୍ପର ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏହାପରେ ତିନି ଜଣ ଅଭିଯୁକ୍ତ ଏବଂ ତାଙ୍କର ଅନ୍ୟ ସହଯୋଗୀ ମାନେ ମିଶି କାଠଫାଳିଆ ସାହାର୍ଯ୍ୟରେ ଅଭିଯୋଗକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ସମୟରେ ଅଭିଯୋଗକାରୀ ଆକ୍ରମଣକାରୀଙ୍କ କବଳରୁ କୌଶଳକ୍ରମେ ଖସି ପଳାଇଥିଲେ । ଏହି ଘଟଣାର କିଛି ସମୟ ପରେ ନିଜ ଗାଡି ଆଣିବା ପାଇଁ ଅଭିଯୋଗକାରୀ ତାଙ୍କ ବାପାଙ୍କ ସହିତ ସେଠାକୁ ଆସିଥିବା ବେଳେ, ଅଭିଯୁକ୍ତ ମାନେ ପୁଣି ବାପା ଓ ପୁଅକୁ କାଠଫାଳିଆରେ ମରଣାନ୍ତକ ଆକ୍ରମଣ କରି ପୁଲିସକୁ କଛି ନ କହିବାକୁ ଧମକ ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ଅଭିଯୋଗକାରୀ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।