ଅଣ ଜଳସେଚିତ କ୍ରିୟାନୁଷ୍ଠାନ କମିଟିର ଆନେ୍ଦାଳନ ଡାକରା
ନୂଆପଡା : ନୂଆପଡା ଜÿିଲ୍ଲା ଅଣ ଜଳସେଚିତ କ୍ରିୟାନୁଷ୍ଠାନ କମିଟି ଉଠା ଜଳସେଚନ ପ୍ରକଳ୍ପ ଚାନ୍ଦୋପଲା-୧,୨, ସଭାପତି ଜଗତ ରାମ ଶବର ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ସୂଚନା ମତେ ଅଣ ଜଳସେଚିତ କ୍ରିୟାନୁଷ୍ଠାନ କମିଟିରେ ପେଣ୍ଡାରାବନ୍ଦ, ସାନମହେଶ୍ୱର, ବରଗାଁ, ଚନାବେଡା, ଭୋଜପୁର ପାଞ୍ଚ ଗୋଟି ଗ୍ରାମ ପଞ୍ଚାୟତ ରୁ ୨୪ ଗୋଟି ଛୋଟବଡ଼ ଗାଁ ସାମିଲ ରହିଛି । ଏହି ଗ୍ରାମ ପଞ୍ଚାୟତ ଗୁଡିକଠାରୁ ଅଳ୍ପ ଦୂରରେ ରହିଛି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ (ତିଖାଲି ଡ୍ୟାମ)ହେଲେ ଦୁର୍ଭାଗ୍ୟର ବିଷୟ ଦୀପତଳ ଅନ୍ଧାର ସଦୃଶ୍ୟ ପଢ଼ୋଶୀ ବାଳାଙ୍ଗୀର ଜÿିଲ୍ଲା ଚାଷ ଜମିକୁ ଜଳସେଚିତ ହେଉଥିବା ବେଳେ,ଡ୍ୟାମ ନିକଟରେ ଥାଇ ପାଞ୍ଚ ଗୋଟି ଗ୍ରାମପଞ୍ଚାୟତ ୨୪ ଗୋଟି ଗାଁର ଚାଷ ଜମିକୁ ଜଳସେଚିତ ହୋଇପାରୁନାହିଁ । ଫଳରେ ୨୦୧୪ମସିହାରୁ ଏହି ଅଞ୍ଚଳର ଶହ ଶହ ଚାଷୀ ଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ୨୦୧୪ମସିହାରୁ ଡ୍ୟାମ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ନୂଆପଡା ଜÿିଲ୍ଲାପାଳ,ଜଳ ସମ୍ପଦ ବିଭାଗ ଓଡିଶା ସରକାରଙ୍କୁ ଅଣ ଜଳ ସେଚିତ କ୍ରିୟାନୁଷ୍ଠା କମିଟି ଚାଷ ଜମିକୁ ପାଣି ପାଇଁ ଦାବିକରୀ ଆସୁଛନ୍ତି । ସୁଫଳ ନମିଳିବାରୁ ଚଳିତ ମାସ ଫେବୃଆରୀ ୨୮ତାରିଖ ତିଖାଲି ଡ୍ୟାମ ଛକଠାରେ ସକାଳ ୬ ଘଣ୍ଟା ରୁ ସଂଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ୩୫୩ଜାତୀୟ ରାଜପଥ ଅବରୋଧ କରିବାପାଇଁ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି । ଆଜି ରାସ୍ତା ଅବରୋଧ କୁ ପ୍ରତ୍ୟାହାର କରିବାପାଇଁ ନୂଆପଡା ଜÿିଲ୍ଲା ପାଳ ଏବଂ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବୁଝାମଣା ବୈଠକ ଖଡ଼ିଆଳ ଠାରେ ହୋଇଥିଲା । ଦୀର୍ଘ ସମୟ ଆଲୋଚନା ପରେ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ, ଫଳରେ ୩୫୩ଜାତୀୟ ରାଜପଥ ଅବରୋଧ ଜାରି ରହିବ ବୋଲି ଅଣ ଜଳ ସେଚିତ କ୍ରିୟାନୁଷ୍ଠାନ କମିଟି ଚେତାବନି ଦେଇଛି । ଆଲୋଚନା ବୈଠକରେ ଜÿିଲ୍ଲା ପାଳ ଙ୍କ ସହିତ କ୍ରିୟାନୁଷ୍ଠାନ କମିଟି ସଭାପତି ଜଗତରାମ ଶବର, ବରିଷ୍ଠ ସଦସ୍ୟ ରାଜେନ୍ଦ୍ର ପ୍ରଶାଦ ମହାପାତ୍ର, ଅମରେଶ ପଟ୍ଟନାୟକ, ସିଦ୍ଧାରଥ ଶଙ୍କର ମହାପାତ୍ର, ପ୍ରଦୀପ ତ୍ରିବେଦୀ ପ୍ରମୁଖ ଉପସ୍ଥିତ ରହିଥିଲେ ।