ଅଦିନିଆ ଝଡ଼ବର୍ଷାରେ ଭାଙ୍ଗିଲା ଗଛ ଓ ଘର
ଅନୁଗୁଳ: ଅନୁଗୁଳର ବିଭିନ୍ନ ଅଞ୍ଚଳରେ ଅଦିନିଆ ଘଡଘଡି ସହ ବର୍ଷା କୁଆପଥର ବୃଷ୍ଟି ହୋଇଛି । ହଠାତ୍ ପବନ ବୋହିବା କାରଣରୁ ଗଛ, ଡ଼ାଳ, ବିଦୁ୍ୟତ ଖୁଣ୍ଟ ଭାଙ୍ଗି ରାସ୍ତା ଅବରୋଧ ହୋଇ ପଡ଼ିଥିଲା । ପୌର ପାଳିକା ପକ୍ଷରୁ ସଫେଇ କରାଯିବା ପରେ ଯାତାୟାତ ସ୍ୱଭାବିକ ହୋଇଥିଲା । ସେହିପରି ବିଦୁ୍ୟତ୍ ଖୁଣ୍ଟି ଓ ତାର ଛିଡି ଯାଇଥିବାବେଳେ ବିଦୁ୍ୟତ୍ ବିଭାଗ ମରାମତି କାର୍ଯ୍ୟ ଜାରି ରଖିଛି ।ସହର ସମେତ ଆଖପାଖ ଅଞ୍ଚଳରେ ବହୁ ଘରଦ୍ୱାର ଭାଙ୍ଗି ଯାଇଛି । ତେବେ ଶରଧାପୁର, ନୂଆ ମୌଜା ଅଞ୍ଚଳରେ ଘର ଭାଙ୍ଗି ଯାଇଥିବା ଜାଣିବା ପରେ ସାଂସଦ ରୁଦ୍ରନାରାୟଣ ପାଣି ପହଞ୍ଚି କ୍ଷତିଗ୍ରସ୍ତ ଲୋକଙ୍କ ସହ ଆଲୋଚନା କରିଥିବା ଜଣା ପଡ଼ିଛି ।