ଅଧିକାରୀଙ୍କୁ ହିତାଧିକାରୀଙ୍କ ଦୁର୍ବ୍ୟବହାର

 ଧର୍ମଶାଳା : ଏହି ବ୍ଲକ ଅନ୍ତର୍ଗତ ଥାନୁଆଳ ପଞ୍ଚାୟତରେ ଆୟୁଷ୍ମାନ କାର୍ଡ ବଣ୍ଟନ ବେଳେ ହିତାଧିକାରୀଙ୍କୁ ସରକାରୀ କର୍ମଚାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଆଶା କର୍ମୀଙ୍କ ଡାକରାରରେ ଆନୁଆଳ ପଞ୍ଚାୟତ ଯୋଗଡା ମୁରାରିପୁର ଗାଁର ମୋହନ ତ୍ରିପାଠୀଙ୍କ ଝିଅ ତେଜସ୍ୱୀନି ଆୟୁଷ୍ମାନ କାର୍ଡ ନେବା ଲାଗି ପୁର୍ବାହ୍ନ୯ଘଟିକାରେ ପଂଚାୟତ କାର୍ଯ୍ୟଳୟକୁ ଯାଇଥିଲେ । ଦାୟିତ୍ୱରେ ଥିବା ଅଧିକାରୀ ବିଳମ୍ବରେ ପହଁଚିବେ ବୋଲି ଆଶାଦିଦି କହିଥିଲେ । ସେଠାରେ ତେଜସ୍ୱିନୀ ଅପେକ୍ଷା କରିଥିଲା ବେଳେ ଦିନ ୧୧.୩୦ରେ ଅଧିକାରୀ ପହଁଚି କାର୍ଡ ବଂଟନ ଆରମ୍ଭ କରିଥିଲେ । ହେଲେ ତେଜସ୍ୱିନୀ ସକାଳ ୯ଟା ବେଳୁ ଆସି ଦିନ ୩ଟା ପର୍ଯ୍ୟନ୍ତ ଅପେକ୍ଷା କରି ଥିଲେ ହେଁ କାର୍ଡ ପାଇ ପାରି ନ ଥିଲେ । ବିଭିନ୍ନ ଲୋକେ ଆସି ଏକାଧିକ ଲୋକଙ୍କ କାର୍ଡ ସଂଗ୍ରହ କରୁଥିବା ବେଳେ, ଯୁବତୀ ଜଣଙ୍କୁ ଦାୟିତ୍ୱରେ ଥିବା ଅଧିକାରୀ କାର୍ଡ ନ ଦେଇ ହଇରାଣ କରିଥଲେ ବୋଲି ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ପରିବାରର ସମସ୍ତ ଲୋକେ ଏଠାକୁ ଆସିଲେ କାର୍ଡ ଦିଆଯିବ ବୋଲି ଅଧିକାରୀ ଜଣକ କହିବା ସହ କାର୍ଡ ନ ଦେଲେ କିଏ ମୋର କ’ଣ କରିବା କଥା କର ବୋଲି ଧମକ ଦେଇଥିବା ଯୁବତୀ ଅଭିଯୋଗ କରିଛନ୍ତି ।