ଅଧ୍ୟାପକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

 ପାଣିକୋଇଲି : ମା’ତାରିଣୀ ମହାବିଦ୍ୟାଳୟର ଗଣିତ ବିଭାଗର ଅଧ୍ୟାପକ ବିଦ୍ୟାଧର ବେହେରା, ଉଦ୍ଦିଦ ବିଜ୍ଞାନର ଅଧ୍ୟାପକ ଗୌରହରି ମହାପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । +୩ ଅଧ୍ୟକ୍ଷ ଡ଼ଃ ଚନ୍ଦ୍ରକାନ୍ତ ମହାନ୍ତି, ବରୁଣେଶ୍ୱର ମହାବିଦ୍ୟାଳୟର ଅଧ୍ୟାପକ ପର୍ଶୁରାମ ନାୟକ, ଡ଼ାକ୍ତର ନିର୍ମଳ ରଥ, ପାଣିକୋଇଲି ସମିତିସଭ୍ୟା ସୁଜାତା ଘଡ଼ାଇ, ଯୁବନେତା ରାକେଶ ସାହୁ, ପାଣିକୋଇଲି ସରକାରୀ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ପ୍ରେମେଶ ଚନ୍ଦ୍ର ମହାକୁଡ଼, ଅଭିଜିତ ଷଡ଼ଙ୍ଗୀ, ମଧୁସୂଦନ ପଣ୍ଡା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ଶ୍ରୀ ବେହେରାଙ୍କ କର୍ମମୟ ଜୀବନର ସ୍ମୁତିଚାରଣ କରିଥିଲେ । ଶିକ୍ଷକ ପ୍ରଫୁଲ୍ଲ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ +୨ ଅଧ୍ୟକ୍ଷା ବସନ୍ତ ମଂଜରୀ ସାହୁ, ଅବସରପ୍ରାପ୍ତ ଅଧ୍ୟାପକ କୈଳାସ ମହାପାତ୍ର, ପାର୍ଥସାରଥି ବିଶ୍ୱାଳ, ସମରେନ୍ଦ୍ର ଦାଶ, ସୋମନାଥ ପତି, ଡକ୍ଟର ପ୍ରତାପ ତ୍ରିପାଠୀ, ମଦନ ମୋହନ ପାତ୍ର, ବିଦ୍ୟାଧର ବେହେରା, ତୁଷାର ପୁହାଣ, ବଳରାମ ପଣ୍ଡା, ଗୋପବନ୍ଧୁ ସାହୁ, ଶୁଶାନ୍ତ ପଣ୍ଡା, ଅଧ୍ୟାପିକା ପାର୍ବତୀ ନାଥ, ପ୍ରଭାମୟୀ ସାମଲ, ସାଗରିକା ରଥ, ରଶ୍ମିତା ଧଳ, ରଶ୍ମିରଂଜନ ମହାପାତ୍ର, ସସ୍ମିତା ଦାସ, ସ୍ୱାଗତିକା ପାତ୍ର, ସତ୍ୟବ୍ରତ ଦାସ, ସନ୍ତୋଷ କୁମାର ଦାସ, ଅଭିମନୁ୍ୟ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ଅଧ୍ୟାପିକା କଲ୍ୟାଣୀ ସାମଲ ଧନ୍ୟବାଦ ଦେଇଥିଲେ ।