ଅଧ୍ୟାପିକା ଅଧ୍ୟାପକଙ୍କ ଆନେ୍ଦାଳନ
ନୂଆପଡା: ରାଜ୍ୟ ସଂଘର ଆହ୍ୱାନ କ୍ରମେ ସ୍ଥାନୀୟ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସର ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ଅଧ୍ୟାପକ ଅଧ୍ୟାପକ ଏବଂ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କଲେଜର ୩୦ ଜଣରୁ ଊର୍ଦ୍ଧ୍ୱ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ମାନେ ଧାରଣାରେ ବସିଛନ୍ତି । ଦୀର୍ଘ ବର୍ଷ ହେଲା ନିଯୁକ୍ତ ହୋଇ ମଧ୍ୟ ସେମାନେ ସରକାରୀ ଅନୁଦାନ ପାଇ ପାରୁ ନାହାନ୍ତି । ଏନେଇ ଅନେକ ଥର ଆନ୍ଦୋଳନ ସହ ସରକାରଙ୍କୁ ଦାବି କରିଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁ ନାହାନ୍ତି । ଶୀଘ୍ର ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ପ୍ରକାଶ କରିଛନ୍ତି । ଏନେଇ ଖଡ଼ିଆଳ କଲେଜ୍ ଅଧ୍ୟକ୍ଷ ପ୍ରଶାନ୍ତ ପଣ୍ଡା , ପରିଚାଳନା କମିଟି ଓ ଛାତ୍ର ଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଆନ୍ଦୋଳନ ଯୋଗୁଁ ପାଠ ପଢା ବ୍ୟାହତ ହେଉଥିବାରୁ ସେମାନଙ୍କ ଦାବି ପୂରଣ ପାଇଁ ସରକାର ସୁହାନୁଭୂତି ପ୍ରଦର୍ଶନ କରନ୍ତୁ ବୋଲି କହିଛନ୍ତି ।ଆନ୍ଦୋଳନରେ ଷ୍ଟାଫ୍ ଆସୋସିଏସନର ସେକ୍ରେଟାରୀ ଡ.ଗୀତାଶ୍ରୀ ପ୍ରିୟମ୍ବଦା, ଅଧ୍ୟାପିକା ପ୍ରଣତୀ ପଣ୍ଡା, ସଂତୋସିନୀ ସଲମା, ନିବେଦିତା ଆଚାରି, ସଲମାନ ମେହେରୁନ ଖାନ, ନୈନା ପ୍ରଧାନ, ଆନନ୍ଦିନି ମିଶ୍ର, ପ୍ରଦୀପ ବେହେରା, ରାଜା ବାରିକ, ଧବଳେଶ୍ୱର ନାଏକ, ଗିରିଧାରୀ ନାଏକ, ବିଜୁ ନାଏକ, ବିବେକା ନନ୍ଦ ପ୍ରାଧାନୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ଥିଲେ ।