ଅନଲାଇନ ଠକେଇ ଅଭିଯୋଗ

ପାଣିକୋଇଲି:  ଅନଲାଇନ ଠକେଇ ନେଇ ପାଣିକୋଇଲି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଣିକୋଇଲି ପଂଚାୟତ ଧଳ ସାହିର ସୋମ୍ୟରଂଜନ ଧଳ କରିଛନ୍ତି । ଅଭିଯୋଗ ମୁତାବକ ବାଜାଜ ଫାଇନାନ୍ସର ଆରବିଏଲ ବ୍ୟାଙ୍କର କର୍ମଚାରୀ ବୋଲି ପରିଚୟ ଦେଇ ଫୋନ କରିବା ସହିତ ଆକଶ୍ୟକୀୟ ତଥ୍ୟ ସଂଗ୍ରହ କରିନେଇଥିଲେ । ପରେ ସୋମ୍ୟଙ୍କ ଆକାଉଂଟୁରୁ ୧୨.୭୯୫ ଟଙ୍କା କଟିଯାଇଥିବା ମେସେଜ ଆସିଥିଲା । ଏନେଇ ସୋମ୍ୟ ପାଣିକୋଇଲି ଥାନାରେ ଅଭିଯୋଗ କରିଛନ୍ତି ।