ସାଗରିକା କଳା ନିକେତନ’ର ବାର୍ଷିକ ଉସବ
ପାରାଦୀପ : ବନ୍ଦର ନଗରୀ ପାରାଦୀପର ନୃତ୍ୟ, ସଙ୍ଗୀତ ଓ କଳାର ସର୍ବ ପୁରାତନ ଶିକ୍ଷାୟତନ ‘ସାଗରିକା କଳା ନିକେତନ’ର ବାର୍ଷିକ ଉସôବ ସୋମବାର ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବନ୍ଦରର ଅଧ୍ୟକ୍ଷ ପି ଏଲ୍ ହରନାଧ ଦ୍ୱିପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ନିଜ ଅଭିଭାଷଣରେ ସେ କହିଥିଲେ କି ସାଗରିକା କଳା ନିକେତନର ନୃତ୍ୟ ଶିଳ୍ପୀ ମାନେ ବନ୍ଦରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ସୁନ୍ଦର ନୃତ୍ୟ ଉପସ୍ଥାପନ କରି ପ୍ରଶଂସା ପାଇଛନ୍ତି ଓ ଅଖିଳ ଭାରତ ବନ୍ଦର ପ୍ରତିଯୋଗିତାରେ ବନ୍ଦରକୁ ଅନେକ ବାର ପ୍ରଥମ ସ୍ଥାନ ଦେଇଛନ୍ତି । ସେ ଅନୁଷ୍ଠାନରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଗ୍ରହଣ କରି ନୃତ୍ୟ,ସଙ୍ଗୀତ ଓ କଳା କ୍ଷେତ୍ରରେ ଆଗକୁ ବଢିବା ପାଇଁ ଉପଦେଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ବନ୍ଦର ଉପାଧ୍ୟକ୍ଷ ନିଲାଭ୍ର ଦାସଗୁପ୍ତା ଅନୁଷ୍ଠାନର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ନିକେତନର ସଂଯୁକ୍ତ ସଚିବ ଆର ଏନ୍ ମିଶ୍ର ଅନୁଷ୍ଠାନ ସମ୍ବନ୍ଧରେ ବିବରଣୀ ରଖିଥିଲେ । ଏହି ଅବସରରେ ସାଗରିକାର ନୂତନ ସଭାପତି ଡକ୍ଟର ଦୁର୍ଗା ପ୍ରସାଦ ସେଠୀ ଓ ବନ୍ଦରର ଟ୍ରାଫିକ ପରାମର୍ଶଦାତା ଆଶିଷ ବୋଷ ମଞ୍ଚାସିନ ଥିଲେ । ଅନୁଷ୍ଠାନର ନୃତ୍ୟ ଗୁରୁ ବ୍ରଜ କିଶୋର ମଲ୍ଲିକଙ୍କ ବଳିଷ୍ଠ ନିଦେ୍ର୍ଦଶନାରେ ଛାତ୍ର ଛାତ୍ରୀ ମାନେ ଓଡ଼ିଶୀ ଶୈଳୀରେ ପରିବେଶଣ କରିଥିଲେ ନୃତ୍ୟାଭିନୟ ‘ଜୟ ଜଗନ୍ନାଥ’ । କାର୍ଯ୍ୟକ୍ରମକୁ ସାଗରିକା କଳା ନିକେତନର ସମ୍ପାଦକ ନିରୋଜ୍ ପଟ୍ଟନାୟକ ସଂଯୋଜନା କରିବା ସଙ୍ଗେ ସଙ୍ଗେ ସମସ୍ତକୁ ଧନ୍ୟବାଦ୍ ଦେଇଥିଲେ ।