ଅପରାଧିକ ଆଇନ ସଚେତନତା

ପଟ୍ଟାମୁଣ୍ଡାଇ: କେନ୍ଦ୍ର ସରକାର ନୂତନ ଅପରାଧୀକ ଆଇନ ପ୍ରଣୟନ କରିବା ସହିତ ଏହାକୁ ସଫଳତାର ସହିତ କାର୍ଯ୍ୟକାରୀ କରିବା ପାଇଁ ସବୁ ରାଜ୍ୟକୁ ନିଦେ୍ର୍ଦଶ ଦେଇଛନ୍ତି । ଓଡିଶା ସରକାର ଏହି ନୂତନ ଅପରାଧୀକ ଆଇନ ଲାଗୁ କରିବା ସହିତ ଏ ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଏସ୍ପି ସିଦ୍ଧାର୍ଥ କଟାରିଆଙ୍କ ନିଦେ୍ର୍ଦଶରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପକ୍ଷରୁ ନୂତନ ଅପରାଧୀକ ଆଇନ କାର୍ଯ୍ୟକାରୀ ତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟ ଠାରେ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା । ଏଥିରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର ଭାଷଣ ଦେଇ ଦୁର୍ଘଟଣା, ଜାତିଗତ ଗଣ୍ଡଗୋଳ, ମହିଳା ନିର୍ଯାତନା ଗଣକୁର୍କମ, ସାବାଳକ ପୁଅ ଝିଅ ପରିବାର ସ୍ୱୀକୃତି ବିନା ଭଲ ବିବାହ କରିବା ଆଦି କ୍ଷେତ୍ରରେ ଆଇନଗତ ବ୍ୟବସ୍ଥା ସଂପୂର୍ଣ୍ଣ ବଦଳି ଯାଇ ଲାଗୁ କରାଯାଇଥିବା ନୂତନ ଆଇନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିବା ସହିତ ଏ ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ଏହି ସଚେତନତା ସଭାରେ ପଟ୍ଟାମୁଣ୍ଡାଇ ଥାନା ଏସ୍ଆଇ ରତିରଞ୍ଜନ ନାୟକ, ଚଉଦକୁଲାଟ ଫାଣ୍ଡି ଅଫିସର ନୃସିଂହ ମହାନ୍ତି, ସମିତି ସଭ୍ୟ ଅଭୟ ସ୍ୱାଇଁ, ଶଶାଙ୍କ ଶେଖର ବିଶ୍ୱାଳ, ସରପଞ୍ଚ ଅଜିତ ନାୟକ ଓ ଜ୍ଞାନେନ୍ଦ୍ର ଖଣ୍ଡାୟୀ, କାଉନସିଲର ସର୍ବଶ୍ରୀ ଗୋପୀ ବଲ୍ଲଭ ନାୟକ, ମୃତୁ୍ୟଞ୍ଜୟ ପାଢ଼ୀ, ବିଦ୍ୟାଧର ସେଠୀ, ମଳୟ ଓଝା, ଝରଣା ବେହେରା, ଲଷ୍ମୀପ୍ରିୟା ସାହୁ, ବନିତା ମଲିକ, ପ୍ରିୟଙ୍କା ସେଠୀ, ରୀନାରାଣୀ ମଲିକ, ପ୍ରଶାନ୍ତ ବାରିକ, ଲାସ୍ୟମୟୀ ସାହୁ, ସୁବାଷ ମଲିକ, ସୁଧାମୟ ମଲିକ, ମଧୁସ୍ମିତା ମଲିକ ପ୍ରମୁଖ ବହୁ ଲୋକ ପ୍ରତିନିଧି, ସରକାରୀ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇ ନୂତନ ଅପରାଧୀକ ଆଇନ ସମ୍ପର୍କରେ ମତ ବିନିମୟ କରିଥିଲେ ।