ବ୍ଲକସ୍ତରୀୟ ମନରେଗା ଜନଶୁଣାଣି 

 ତିହିଡି : ବ୍ଲକସ୍ତରୀୟ ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପଞ୍ଚ ଦଶ ଅର୍ଥ କମିଶନ୍ ଜନଶୁଣାଣି ଶିବିର ବ୍ଲକ୍ ସଭାଗୃହରେ ବିଡିଓ ନିରଞ୍ଜନ ବାରିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ ଯୋଗଦେଇ ଯୋଜନାର ସଫଳତା ପାଇଁ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରିବା ଆବଶ୍ୟକ ବୋଲି କହିଥିଲେ । ଜିଲ୍ଲା ସାମାଜିକ ସମୀକ୍ଷକ ଅମର କିଶୋର ସାହୁ ଯୋଗଦେଇ ପ୍ରକଳ୍ପ ଗୁଡ଼ିକର ସଠିକ କାର୍ଯ୍ୟକାରିତା ଉପରେ ସମସ୍ତେ ଧ୍ୟାନ ଦେବା ଉଚିତ୍ ବୋଲି କହିଥିଲେ । ଶିବିରରେ ଏବିଡିଓ ମାନସ କୁମାର ଜେନା, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର, ଜିପିଇଓ ପ୍ଳାବନ ପଣ୍ଡା ପ୍ରମୁଖ ଯୋଗଦେଇ ଶିବିରର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏପିଓ କାମିନୀରାଣୀ ଓଝା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ବ୍ଲକ ସାମାଜିକ ସମୀକ୍ଷକ ଇତିଶ୍ରୀ ଦାସ ଯୋଗଦେଇ ଯୋଜନାର ସଫଳ ରୂପାୟନ ହେବା ନେଇ ଆଲୋଚନା କରିଥିଲେ । ଏଥିରେ ବିଭିନ୍ନ ପ୍ରକଳ୍ପ ଉପରେ ସମୀକ୍ଷା କରାଯାଇଥିଲା । ଶିବିରରେ ଅନ୍ୟମାନଙ୍କ ମଧ୍ୟରେ କନିଷ୍ଠଯନ୍ତ୍ରୀ ଅଲେଖ ତୀର୍କୀ, ଲଲାଟେନ୍ଦୁ ପାଲ୍, ଏମଜିଏନଆରଇଜିଏସ ସହକାରୀ ସୁଧାଂଶୁ ଶେଖର ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତଙ୍କ ସମେତ ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ, ଭିଆରପି, ଜିଆରଏସ ମାନେ ଉପସ୍ଥିତ ଥିଲେ ।