ଅପରିଷ୍କାରରେ ସାଗର ସ୍ନାନ ମେଳଣ
ଗୋପ : ଗୋପରେ ଆୟୋଜିତ ଗୋପ ସାଗର ସ୍ନାନ ମେଳଣ ବା ଗୋପ ଲୋକ ଉସôବର ଲୋକ କଥା ତ ଅନେକ ରହିଛି । କିନ୍ତୁ ଏବେ ତାହା ଆଉ ପରିଲକ୍ଷିତ ହେଉନାହିଁ । କଥା ପ୍ରସଙ୍ଗରେ ଗୋପରେ ଅନୁଷ୍ଠିତ ହେଉଥିବା ମେଳଣ କୁଆଡେ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ଥିବା ଭାଇଚାରାର ପ୍ରତୀକ । ବାସ୍ତବ କିନ୍ତୁ ଭିନ୍ନ । ବିଗତ ୩୦ ବର୍ଷ ହୋଇଯିବ ଗୋପବାସୀ କେବେ ଦେଖିବାକୁ ପାଇଲେ ନାହିଁ କୀ ହିନ୍ଦୁ ମୁସଲିମଙ୍କ ସହଯୋଗରେ ଆୟୋଜିତ ହେଉଛି ଗୋପ ସାଗର ସ୍ନାନ ମେଳଣ । ବିମାନ ସାଙ୍ଗରେ ରହିବା ନା ରୋଷଣୀରେ ବିମାନ ସାଙ୍ଗରେ ଅବିର ରଙ୍ଗରେ ନାଚିବା ନା ସାତଦିନ ଧରି ମେଳଣ ପଡିଆକୁ ସଫା ରଖିବା ନା ସଭା କାର୍ଯ୍ୟରେ ସାମିଲ ହେବା ନା ଭଲ ମନ୍ଦରେ ଛିଡା ହେବା ନା ଆର୍ଥିକ ସହାୟତା ପ୍ରଦାନ କରିବା । ତା’ ସତ୍ତ୍ୱେ ମନ ବୁଝିବାକୁ ଖାଲି କହିବା କଥା ଗୋପ ସାଗର ସ୍ନାନ ମେଳଣ ହେଉ ହିନ୍ଧୁ ମୁସଲିମଙ୍କ ମେଳଣ ବୋଲି ।
ଗତ ୨୭ ତାରିଖ ଠାରୁ ଗୋପ ସାଗର ସ୍ନାନ ମେଳଣର ଜମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା, ସେଥିରେ ଗୋପ ବସ୍ତିର ଜଣେ ବ୍ୟକ୍ତିଙ୍କୁ ସାମିଲ କରାଯାଇନାହିଁ କି । ଥାନାପତିଙ୍କ ସହିତ ସାମିଲି ହୋଇ ଗୋପାଳଜୀଉଙ୍କୁ ଆଣିବାକୁ କେହିଁ ଯାଆନ୍ତି ନାହିଁ । କୀ ଗୋପ ମେଳଣ ପଡିଆକୁ କୌଣସି ମୁସଲିମ ବ୍ୟକ୍ତି ସଫାସୁତୁରାରେ ସହାୟତା କରନ୍ତି ନାହିଁ । ସେଥିମଧ୍ୟରୁ ଗୋପ ଅଞ୍ଚଳ ଅଗ୍ରଣୀ ସ୍ୱଛାସେବୀ ଅନୁଷ୍ଠାନଟି ହେଉଛି "ଉସôର୍ଗ ପରିବାର’ ତାଙ୍କର କାର୍ଯ୍ୟ ହେଉଛି ଚଳିତ ବର୍ଷ ନିରବିଚ୍ଛିନ୍ନ ଭାବେ ମେଳଣ ପଡିଆକୁ ସଫା ସୁତୁରା ରଖିବା । ନିସ୍ୱାର୍ଥପର ମନୋଭାବ ନେଇ ଉସôର୍ଗ ପରିବାର ଆଜି ସମ୍ପୂର୍ଣ ରୂପେ ଉସôର୍ଗୀକୃତ । ଉଦ୍ଘାଟନ ଉସôବ ପରେ ଭୁଲିଗଲେ ଆୟୋଜକ ଷ୍ଟେଜ ଉପରୁ ଅଲୋଡା ଅବସ୍ଥାରେ ପ୍ରଭୁ ଶ୍ରୀଜଗନ୍ନାଥ । ଉକ୍ତ ଷ୍ଟେଜଟି ସମ୍ପୂର୍ଣ୍ଣ ମୁକ୍ତ ଆକାଶ ରଙ୍ଗମଚ । ଖରା ବର୍ଷା ଓ କାକରରେ ପଡିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ । ଏ ସମ୍ପର୍କରେ ଉସôର୍ଗ ପରିବାରର ପ୍ରତିଷ୍ଠାତା ତଥା ସମ୍ପାଦକ ବିଷ୍ଣୁ ଚରଣ ସେନାପତି ଅଭିଯୋଗ କରିଛନ୍ତି ।