ଅବକାରୀ ଚଢ଼ାଉ, ପୋଚ ଓ ମଦ ଜବତ
କପ୍ତିପଦା: ଆଦିବାସୀ ଅଧ୍ୟୁଷିତ ଶରତ ଥାନା ଅଞ୍ଚଳର ଦୁଗଧା ଗ୍ରାମ ଜଙ୍ଗଲ ନିକଟରେ ଚାଲିଥିଲା ମଦ ମାଫିଆମାନଙ୍କର ଆଡ୍ଡାସ୍ଥଳୀ ଉପରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ସୁପରଟେଣ୍ଡେ୍ଙ୍କ ନିଦେ୍ଦର୍ଶକ୍ରମେ ଉଦଳା ଅବକାରୀ ସବଇନିସପେକ୍ଟର ଶୁଭଦର୍ଶନୀ ସାହୁ, ଅବକାରୀ ଇନିସପେକ୍ଟର ଶ୍ରୀଧର ମହାନ୍ତିଙ୍କ ସହ ବେତନଟୀ ଥାନାର ଭାରପ୍ରାପ୍ତ ଅଧିକାରୀ, ଉଦଳା ଥାନାର ଭାରପ୍ରାପ୍ତ ଅଧିକାରୀ ବନମାଳୀ ବାରିକ୍ଙ୍କ ସହ ପୁଲିସ ଫୋର୍ସ ଏବଂ ମାଜିଷ୍ଟେଟ୍ ଭାବେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରବୀଣ କୁମାର ମାଝୀ ଉକ୍ତ ଚଢଉରେ ସାମିଲ ହୋଇଥିଲେ । ପୁଲିସ କର୍ମଚାରୀ ଓ ଅବକାରୀ କର୍ମଚାରୀମାନେ ୩୨କ୍ୱିଣ୍ଟାଲ ପୋଚ ନଷ୍ଟ କରିବା ସହ ଘଟଣାସ୍ଥଳରୁ ୧୨୦ଲିଟର ମହୁଲି ମଦ ଜବତ୍ କରିଥିଲେ । ଏ ସଂପର୍କରେ ଉଦଳା ଅବକାରୀ କାର୍ଯ୍ୟାଳୟରେ କେଶ ରୁଜୁ କରାଯିବା ସହିତ ଅଧିକ ତଦନ୍ତ ଜାରି ରହିଛି । ବିଶେଷ କରି ଜଙ୍ଗଲ ଭିତରେ ଡ୍ରମରେ ପୋଚ ରଖାଯାଇ ଏକ ନୀଳ ତମ୍ବୁକୁ ଘୋଡାଇ ରଖାଯାଇଥିବାର ଦେଖିବାକୁ ମିଳିଥିଲା ।