ଅବଧିର ଦୁଇବର୍ଷ ପରେ... ଉତ୍ତରଖଜିରା-ସୁନ୍ଦରପୋଖରୀ ରାସ୍ତା ଆରମ୍ଭ
ବୈତରଣୀ ରୋଡ଼: ଅର୍ଥ ବରାଦ, ଟେଣ୍ଡର, ଠିକାଦାର ଚୟନ, ଚୁକ୍ତି, ଶିଳାନ୍ୟାସ ଭଳି କିଛି ବିଭାଗୀୟ କାର୍ଯ୍ୟ ପାଇଁ ବିକାଶ ମୂଳକ କାର୍ଯ୍ୟାରାମ୍ଭ କିଛିଟା ଦିନ ଗଡ଼ିଯାଇଥାଏ । କିନ୍ତୁ ଯଦି କୌଣସି କାର୍ଯ୍ୟ ଅବଧି ଶେଷର ବର୍ଷ ଦୁଇଟା ପରେ ଆରମ୍ଭ ହୁଏ, ତେବେ ତାହାକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହେବା ସ୍ୱାଭାବିକ । ଏଭଳି କଚ୍ଛପ ଗତିରେ ଚାଲୁଥିବା ବିଭାଗର ନାଁଟି ହେଉଛି ଗ୍ରାମ୍ୟ ଉନ୍ନୟନ ବିଭାଗ । ସଂପୃକ୍ତ ବିଭାଗ ଯାଜପୁର ରୋଡ ଉପଖଣ୍ଡ କାର୍ଯ୍ୟାଳୟ ଅଧିନରେ କୋରେଇ ବ୍ଲକ ଅନ୍ତର୍ଗତ ବରୁଣ୍ଡାଇ ପଂଚାୟତ ଉତରଖଜିରା ସୁନ୍ଦରପୋଖରୀ ଭାୟା ତାରାକୋଟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଛି । କିନ୍ତୁ ସଂପୃକ୍ତ ରାସ୍ତା ନିର୍ମାଣ ଅବଧି ଶେଷ ହୋଇ ରକ୍ଷଣାବେକ୍ଷଣ ସମୟ ଚାଲିଛି । ବିଭାଗୀୟ ସୂଚନା କହୁଛି ସଂପୃକ୍ତ ରାସ୍ତାର ଦୈର୍ଘ୍ୟ ୩.୩୪୦ ପାଇଁ ୧୮୩.୩୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି । ଭାଗିରଥୀ ସାହୁ ନାମକ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ଚୁକ୍ତି ମତେ କାର୍ଯ୍ୟ ତା୧୩ା୯ା୨୨ରୁ ଆରମ୍ଭ ହୋଇ ୧୨ା୬ା୨୩ ତାରିଖରେ ଶେଷ ହେବା କଥା । ସଂପୃକ୍ତ ରାସ୍ତା କାର୍ଯ୍ୟ ଅବଧି ମଧ୍ୟରେ ଶେଷ ହେବାତ ଦୂରର କଥା ରକ୍ଷଣାବେକ୍ଷଣ ତାରିଖ ଆରମ୍ଭର ଦେଢବର୍ଷ ପରେ କରାଯାଉଛି । ଠିକାଦାର ପାଞ୍ଚବର୍ଷିଆ ରକ୍ଷଣାବେକ୍ଷଣ ସମୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ହେଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଠିକାଦାରଙ୍କୁ ମିଳିଥିବା କାର୍ଯ୍ୟାଦେଶକୁ ବାତିଲ କରିବା ବଦଳରେ ନିର୍ମାଣ ପାଇଁ ପ୍ରୋତ୍ସାହିତ କରିଛନ୍ତି । ଯେଉଥିପାଇଁ ଠିକାଦାର ମନମାନିରେ ନିମ୍ନମାନର କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି । ଯାହା ଫଳରେ ବିଭାଗୀୟ ଅଧିକାରୀଙ୍କଭୂମିକାକୁ ନେଇ ଅଂଚଳବାସୀଙ୍କ ସନେ୍ଦହ ସୃଷ୍ଟି ହେଉଛି । ରକ୍ଷଣା ବେକ୍ଷଣ ଅର୍ଥକୁ ମିଳିମିଶି ସ୍ୱାହା କରିବାକୁ ଏଭଳି ମନ୍ତ୍ରଣା କରାଯାଇଥିବା ସାଧାରଣ ଲୋକେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ଯେତିକି ବି କାର୍ଯ୍ୟ ହୋଇଛି ତାହା ଅତିନିମ୍ନମାନର ବୋଲି ଅଭିଯୋଗ ହେଉଛି । ଦୁୁଇବର୍ଷ ଧରି କାର୍ଯ୍ୟ ବନ୍ଦ ରହିବା ପଛରେ କି କାରଣ ରହିଛି, ତାହା ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନସୃଷ୍ଟି କରିଛି । କର୍ଯ୍ୟକୁ ତୁରନ୍ତ ସମ୍ପୂର୍ଣ କରିବା ଠିକାଦାରଙ୍କ ପରିବର୍ତନ କରାଯାଇ ଉପଯୁକ୍ତ ଠିକାଦାରଙ୍କୁ ଦାୟିତ୍ୱ ପ୍ରଦାନ ପାଇଁ ଅଞ୍ଚଳରେ ପ୍ରଶାସନ ନିକଟରେ ଦାବୀ କରିଥିବା ବେଳେ ଠିକାଦା ପକେଟରେ ବିଭାଗ ରହିଛି କି ବୋଲି ଆଶଙ୍କା ବଢିବାରେ ଲାଗିଛି ।