ଅବସରକାଳୀନ ସମ୍ବର୍ଦ୍ଧନା

 କାକଟପୁର: କାକଟପୁର ବ୍ଲକର ଅଗ୍ରଣୀ ବାଳିକା ବିଦ୍ୟାଳୟ ବାଙ୍ଗୁରିଗାଁ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ବାସନ୍ତୀ ଦେଇ ଓ ସହକାରୀ କର୍ମଚାରୀ ଶିବାରାମ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାର ସଭାପତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜ୍ୟୋତି ରଞ୍ଜନ ସାହୁ, ମୁଖ୍ୟବକ୍ତା ଚିତ୍ତ ରଞ୍ଜନ ରାଉତ, ଅବସର ପ୍ରାପ୍ତ ଅଧକ୍ଷ ରତନପୁର ବିଜ୍ଞାନ ମହାବିଦ୍ୟାଳୟ, ଶୈଲ୍ୟନ କୁମାର ପାତ୍ର, ଶିକ୍ଷକ ଓ ସମାଜସେବୀ ଶାନ୍ତୁନ କୁମାର ମିଶ୍ର, ଭଗବାନ ସାହୁ, ଅଶୋକ ପାତ୍ର, ଦେବେନ୍ଦ୍ର ନାଥ ସାହୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ସମାଜ ସେବୀ ଅଶୋକ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ବିଦାୟୀ ବ୍ୟକ୍ତିତ୍ୱଙ୍କର ଗୁଣଗାନ କରିଥିଲେ । ଶିକ୍ଷୟତ୍ରୀ ସସ୍ମିତା ତ୍ରିପାଠୀ  ପ୍ରେରଣାଦାୟୀ, ସୃତି ମଧୁର ବାର୍ତ୍ତା ପ୍ରଦାନକରି ସୁନ୍ଦର ଭାବେ ସଭା ପରିଚାଳନା କରିଥିଲେ । ଶେଷରେ ସ୍କୁଲ ର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରୀ ମାନେ ବିଦାୟୀ ଶିକ୍ଷୟତ୍ରୀ ଓ ସହକାରୀ କର୍ମଚାରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦେଇ ବିରାଟ ଶୋଭାଯାତ୍ରାରେ ତାଙ୍କ ବାସଭବନ ପର୍ଯ୍ୟନ୍ତ ଯାଇଥିଲେ ।