ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀ ଏକତ୍ରିତ

 ବୈଶିଙ୍ଗା:  ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅଧୀନ ଆଗ୍ରିଆ ସ୍ଥିତ ବୀଣାପାଣି ଯୁବକ ସଂଘ ଆନୁକୂଲ୍ୟରେ ବେତନଟୀ ବ୍ଲକ୍ ଅଧୀନରେ ଥିବା ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀଙ୍କୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି  । ଏଥିରେ ଅବସରପ୍ରାପ୍ତ ସେନା କର୍ମଚାରୀ ଗୋପିନାଥ କର ଅଧ୍ୟକ୍ଷତା କରିଥିବା ବେଳେ ଯୋଗେଶ୍ୱର ଦାସ, ବିକାଶ ଦଳେଇ, ଭିମଚରଣ ମାଝୀ, ପରମେଶ୍ୱର ନାୟକ, ବ୍ରଜ ଦାସ, ରାଜାରାମ ସିଂ, ଫକଲ ହାଁସଦା, ଚିତ୍ତରଞ୍ଜନ ଦାସ, ଗୋପିନାଥ କର, ଅମୂଲ୍ୟ ମିଶ୍ର, ଦୈତାରୀ ପରିଡ଼ା, ଦନାର୍ଦ୍ଦନ ମହାନ୍ତି ଏବଂ ହରେକୃଷ୍ଣ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଯୁଦ୍ଧ ସମୟର ପ୍ରାକ୍ ସାବଧାନତା ସମ୍ପର୍କରେ ଆଲୋଚନା କରିଥିଲେ  । ଏଥିରେ ଯୁଦ୍ଧ ସମୟରେ ବିପକ୍ଷ ରାଷ୍ଟ୍ର ଦ୍ୱାରା ହେଉଥିବା ମିଥ୍ୟା ପ୍ରଚାରଠୁ ଦୂରେଇ ରହିବା ସହ ବିଚଳିତ ନହେବା, ଦେଶର ସେନାବାହିନୀଙ୍କ ମନୋବଳକୁ ଦୃଢ଼ ଏବଂ ସଶକ୍ତ କରିବା ଦିଗରେ ଯନôବାନ ହେବା, ସତର୍କତା ଅବଲମ୍ବନ କରିବା, ଧର୍ମାନ୍ତରୀକରଣକୁ ବିରୋଧ କରିବା ସହିତ ସଙ୍ଗଠିତ ଭାବେ ଦେଶର ସାର୍ବଭୌମତ୍ୱ ରକ୍ଷା କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ ହେବା ଦିଗରେ ସଚେତନ କରାଯାଇଥିଲା  । ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ସଂଘ ଗଠନ ପାଇଁ ମତବ୍ୟକ୍ତ କରାଯାଇଥିଲା  । ଏହି ବୈଠକରେ ବୀଣାପାଣି ଯୁବକ ସଂଘ ସଭାପତି ଶିବ ନାରାୟଣ ଘୋଷ, ସମ୍ପାଦକ ଜୀବନ ପରିଡ଼ା, ସଂଯୋଜକ ରାଜେନ୍ଦ୍ର ବିନ୍ଧାଣୀ, ଯୁବ ସଙ୍ଗଠକ ତଥା ସଂଘ ସଦସ୍ୟ ପ୍ରକାଶଜ୍ୟୋତି ପ୍ରଧାନ ପ୍ରମୁଖ ସହଯୋଗ କରିଥିବା ବେଳେ ଯୁବକ ସଂଘ ସମ୍ପାଦକ ଜୀବନ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ  ।