ଅବସରପ୍ରାପ୍ତ ବନ କର୍ମଚାରୀଙ୍କ ପରଲୋକ

ନୂଆପଡା :  ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ଚଳାନପଡା ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ତଥା ଅବସରପ୍ରାପ୍ତ ବନ କର୍ମଚାରୀ ଶୁଖୁରାମ ବାରିକ(୭୮)ଙ୍କର ପରଲୋକ ହୋଇଯାଇଛି । ସେ ଜଣେ ପରୋପକାରୀ, ସଂସ୍କୃତି ପ୍ରେମୀ ବ୍ୟକ୍ତି ଥିବା ସହ ଏକ ବଳିଷ୍ଠ ସାମାଜିକ କର୍ମୀ ଥିଲେ । ତାଙ୍କର ମୃତୁ୍ୟରେ ଚଳାନପଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ମୃତୁ୍ୟ ସମୟରେ ବଡ଼ପୁଅ ପ୍ରହଲ୍ଲାଦ ବାରିକ, ସାନ ସାନ ପୁଅ ଲଳିତ କୁମାର ବାରିକ, ଦୁଇ ଝିଅ ସୁୁଷମା ଓ ବସୁଧା ସମେତ ସମସ୍ତ ନାତି ନାତୁଣୀ ଉପସ୍ଥିତ ଥିଲେ । ସ୍ଥାନୀୟ ସ୍ମଶାନରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ଅନୁଷ୍ଠିତ ହୋଇଥିବାବେଳେ ବଡ଼ ପୁଅ ପ୍ରହଲ୍ଲାଦ ମୁଖାଗ୍ନି ଦେଇଥିଲେ ।