ଅବସରପ୍ରାପ୍ତ ଶିଳ୍ପ ଅଧିକାରୀଙ୍କ ପରଲୋକ
ବାଲିଚନ୍ଦ୍ରପୁର : ବାଲିଚନ୍ଦ୍ରପୁର ପଞ୍ଚାୟତ ନାନପୁର ଗ୍ରାମର ଅବସରପ୍ରାପ୍ତ କଳିଙ୍ଗ ଆଇରନ ୱାର୍କସର ଅଧିକାରୀ ଜୟକୃଷ୍ଣ ମହାନ୍ତି (୯୪)ଙ୍କ ପରଲୋକ ଘଟିଛି । ସେ କିଚ୍ଛି ମାସ ହେବ ବାର୍ଦ୍ଧିକ୍ୟ ଜନିତ ରୋଗରେ ପୀଡିତ ଥିଲେ । ତାଙ୍କ ବିୟୋଗାତ୍ମକ ଖବର ପାଇ କଂଗ୍ରେସ ନେତା ଅଜୟ କୁମାର ସାମଲ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମାନ ଭଞ୍ଜନ ରାଉତରାୟ, ପୂର୍ବତନ ସରପଞ୍ଚ ବିଳାସ ଚନ୍ଦ୍ର ବାରିକ, ବସନ୍ତ କୁମାର ସାମଲ, ସୁଧାଂଶୁ ଶେଖର ଜେନା, ସର୍ବେଶ୍ୱର ମହାନ୍ତି, ନନ୍ଦ କିଶୋର ମହାନ୍ତି, ଚନ୍ଦ୍ର ଶେଖର ମହାନ୍ତି, ଶଶୀ ଭୂଷଣ ମହାନ୍ତି, ବୀର କିଶୋର ମହାନ୍ତି ଓ ବିଜୟ ମହାନ୍ତି ପ୍ରମୁଖ ତାଙ୍କ ବାସଭବନରେ ପହଁଚି ଶେଷ ଦର୍ଶନ କରିଥିଲେ । ଗ୍ରାମ ଶ୍ମଶାନରେ ଅନ୍ତିମ ସକôାର କରାଯାଇଥିବା ବେଳେ ବଡ଼ପୁଅ ଶାରଦା ମୁଖାଗ୍ନି ଦେଇଥିଲେ ।