ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଦେହାନ୍ତ
ରାଜନଗର: ରାଜନଗର ବ୍ଲକ କୋଇଲିପୁର ପଞ୍ଚାୟତ ବଡପଲୀ ଗ୍ରାମର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବିଜୟ କୁମାର ରଥଙ୍କର ଦେହାନ୍ତ ହୋଇଛି । ତାଙ୍କ ଦେହାନ୍ତ ଖବରପାଇ ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି କୃପାସିନ୍ଧୁ ସାମଲ, କାର୍ଯ୍ୟକାରୀ ସଭାପତି ଅନିଲ ବଳ, ସମ୍ପାଦକ ବିଜୟ ଜେନା, କ୍ଷୀରୋଦ ମଲ୍ଲିକ, ମହେଶ୍ୱର ରାଉତ, ନିରଞ୍ଜନ ଶତପଥୀ, ଅଭିରାମ ସାହୁ, ଦାଶରଥୀ ଲେଙ୍କା, ଉପେନ୍ଦ୍ରନାଥ ସ୍ୱାଇଁ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହିତ ସ୍ୱର୍ଗତ ରଥ ଜଣେ କର୍ତବ୍ୟନିଷ୍ଠ, ଭଗବତ ପ୍ରେମୀ ବ୍ୟକ୍ତି ଭାବେ ପରିଚିତ ଥିଲେ ବୋଲି କହିଥିଲେ ।