ଅଭିଯୋଗ ଶୁଣାଣି ଶିବିର
ବରୀ : ବରୀ ବ୍ଲକ ଅଙ୍ଗାଳେକ୍ଷ ପଞ୍ଚାୟତର ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର କାର୍ଯ୍ୟାଳୟ ପରିସରରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି କ୍ଷ ଏଥିରେ ବିଡ଼ିଓ ଅସିତ କୁମାର ମହାନ୍ତି,,ସ୍ଥାନୀୟ ସରପଞ୍ଚ ଶଙ୍କୁତଳା ମଲ୍ଲିକ,ଜିପିଓ ଲଷ୍ମୀକାନ୍ତ ମହାରଣା,ଏପିଓ ରବି ନାରୟଣ ବେହେରା, ବରୀ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତ ଜେନା, ଯୋଗାଣ ନିରୀକ୍ଷକ ସୂର୍ଯ୍ୟକାନ୍ତ ବେହେରା, ଉଦ୍ୟାନସାଥୀ ଜତିଶ ଚନ୍ଦ୍ର ସାମଲ, କନିଷ୍ଠଯନ୍ତ୍ରୀ ଜଗନ୍ନାଥ ମାଝୀ, ଗ୍ରାମ୍ୟ କୃଷିକର୍ମଚାରୀ ରୁପାଳି ପଣ୍ଡା, ଅଙ୍ଗନାୱାର୍ଡ ସୁପରଭାଇଜର ମଲ୍ଲିକା ପରିଡା, ଏଲ୍ସି ଅମୀୟ ରଞ୍ଜନ ଦାସ ପ୍ରମୁଖ ଯୋଗଦେଇଥିଲେ । ଏଥିରେ ମୋଟ ୧୭ଟି ଅଭିଯୋଗ ହେଇଥିବା ଜିପିଓ ସୂଚନା ଦେଇଛନ୍ତି । ଆଶା କର୍ମୀ ଉପସ୍ଥିତ ଥିଲେ । ଦିବ୍ୟାଙ୍ଗ ବ୍ୟକ୍ତି ସଞ୍ଜୟ ରାଉତଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା ।