ଅଲଚିକି ଭାଷାକୁ କଲେଜ ପାଠ୍ୟ ଖସଡାରେ ସାମିଲ କରିବାକୁ ଦାବି

ବେତନଟୀ :  ଓଡ଼ିଆ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଚିଠି ନଂ ୩୭୩୦୬ ତା ୨୧/୯/୨୪ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳି ସଂପ୍ରଦାୟର ବିଭିନ୍ନ ସଂଗଠନମାନଙ୍କ ପକ୍ଷରୁ ଉଚ୍ଚ ମାଧ୍ୟମିକ ଓ ଡିଗ୍ରୀ କଲେଜମାନଙ୍କରେ ମାତୃଭାଷା ସାନ୍ତାଳି ଅଲଚିକିକୁ ଏବଂ ଇଚ୍ଛାକୃତ ବିଷୟ ଭାବେ ପାଠ୍ୟ ଖସଡାରେ ସାମିଲ କରିବାକୁ ଦାବି କରାଯାଇଛି । ହେଲେ ଓଡିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ କାଉନସିଲ ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଭାଷାରେ ଶିକ୍ଷାଦାନ ପାଇଁ ବିଧିବଦ୍ଧ ଅନୁମତି ପ୍ରଦାନ କରାଯାଇ ନ ଥିବା ଯୋଗୁଁ ଜୁନିୟର କଲେଜ ଓ ଯୁକ୍ତ ତିନି କଲେଜମାନଙ୍କରେ ଅଧ୍ୟକ୍ଷମାନେ ଏହି ଭାଷାରେ ଶିକ୍ଷାଦାନ ପ୍ରଚଳନ କରି ପାରିନାହାନ୍ତି । ମାତ୍ର ସାନ୍ତାଳି ସଂପ୍ରଦାୟର ବିଭିନ୍ନ ସଂଗଠନ ପକ୍ଷରୁ ଏଥିପାଇଁ ବହୁ ସମୟରେ ଆନେ୍ଦାଳନ ଓ ଦାବି କରାଯାଇ ଆସୁଥିବା ଯୋଗୁଁ ଅସନ୍ତୋଷ ବୃଦ୍ଧି ପାଉଥିବା ସତ୍ତ୍ୱେ ଶିକ୍ଷା ବିଭାଗ ପକ୍ଷରୁ କିଛି ସ୍ପଷ୍ଟ ମାର୍ଗଦର୍ଶନ ବା ନିଦେ୍ର୍ଦଶ ନଥିବା କାରଣରୁ ସରକାର ନିରବଦ୍ରଷ୍ଟା ସାଜି ବସିଥିବା ଦେଖାଯାଇଛି । ମାତ୍ର ବିଭିନ୍ନ ସାନ୍ତାଳି ସଂଗଠନର କର୍ମକର୍ତ୍ତାମାନେ ବେତନଟୀ କଲେଜ, ବୈଶିଙ୍ଗା କଲେଜ, ଅଁଳା ଓ କୃଷ୍ଣଚନ୍ଦ୍ର ପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଏହି ଭାଷାରେ ଶିକ୍ଷାଦାନ ପାଇଁ ଦାବି ପତ୍ରପ୍ରଦାନ କରିବା ନେଇ ଅଧ୍ୟକ୍ଷମାନେ ନିଜ ମନକୁ କିଛି ନିଷ୍ପତ୍ତି ଗ୍ରହଣ କରିପାରୁନାହାନ୍ତି । ଯାହାଫଳରେ ସରକାରଙ୍କ ବିରୁଦ୍ଧରେ ଏହି ଜନଜାତି ସଂପ୍ରଦାୟର ସଂଗଠକମାନଙ୍କ ପକ୍ଷରୁ ଦାବି ବତ୍ତର ରହି ଆସିଛି । ଯାହାକୁ ନେଇ ସାନ୍ତାଳି ସଂପ୍ରଦାୟର ସୁନ୍ଦର ମୋହନ ସୋରେନ, ସୂର୍ଯ୍ୟାନନ୍ଦ ସୋରେନ, ଡମାନ ହେମ୍ବ୍ରମ, ବୀରେନ୍ଦ୍ର କୁମାର ମୁର୍ମୁ, କରୁଣାକର ମୁର୍ମୁ, ଲଚ୍ଛମନ ସୋରେନ, ଶ୍ୟାମସୁନ୍ଦର ସୋରେନ,ଫାଗୁ ମୁର୍ମୁ, କରୁଣାକର ମୁର୍ମୁ, ଚର୍ତୁଭୁଜ ମୁର୍ମୁ, ସୁକୁଦା ମୁର୍ମୁ, ରନôାକର ମାରାଣ୍ଡି ପ୍ରମୁଖ ଭାଷାପ୍ରେମୀମାନେ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।