ଅସରାଏ ବର୍ଷାରେ ଭାସୁଛି ପାଣି
ପାଣିକୋଇଲି : ଅସରାଏ ବର୍ଷାରେ ରାସ୍ତା ଉପରେ ଭାସୁଛି ପାଣି । ଏଭଳି ଦୃଶ୍ୟ ବୈତରଣୀ ରୋଡ ପ୍ରବେଶପଥ ସଠିପୁର ବଜାରରେ ଦେଖିବାକୁ ମିଳିଛି । ଉକ୍ତ ମୁଖ୍ୟ ରାସ୍ତାରେ ଅସରାଏ ବର୍ଷାରେ ବେହାଲ ହୋଇପଡ଼ିଥିବାରୁ ସାଧାରଣ ଜନତା ନାନାଦି ହରକତ ହେଉଛନ୍ତି । ଉକ୍ତ ବଜାର ଉପରେ ଅନେକ ଗାଁ ନିର୍ଭର କରିଥାନ୍ତି । ରାତି ପାହିଲା ରୁ ଅନ୍ଧାରଯାଏ ଚଳପ୍ରଚଳ ଲାଗିରହୁଥିବା ବେଳେ ସଠିପୁର ବଜାର ଭିଡ଼ ମଧ୍ୟ ଲାଗି ରହିଥାଏ । ତେବେ ଏହା ପଛରେ ବାଲି ବୋଝେଇ ଗାଡ଼ିକୁ ଲୋକେ ଦାୟି କରିଛନ୍ତି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ମତେ ବାଲି ବୋଝେଇ ଗାଡ଼ି ଚଳାଚଳ ଯୋଗୁ ରାସ୍ତା ତାରରୂପ ବଦଳାଇ ଦେଉଛି । ରାସ୍ତାଟି ବାରମ୍ବାର ଖରାପ ହେବା କାରଣରୁ ସାଧାରଣ ଜନତା ନାହିନଥିବା ହଇରାଣ ହେଉଛନ୍ତି । ସ୍କୁଲ ଠୁ କଲେଜ ପିଲା ରାସ୍ତାରେ ଯିବାକୁ ଡରୁଛନ୍ତି । ହେଲେ ପ୍ରଶାସନ ସବୁ ଦେଖି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛି । ଉକ୍ତ ରାସ୍ତାଟି ବଜାରର ଦ୍ୱାର ଦେଶରେ ହୋଇଥିବାରୁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି । ହେଲେ ପ୍ରଶାସନ ଦୃାଷ୍ଟି ପଡୁନି ।