ଅସହାୟଙ୍କୁ କମ୍ବଳ ବଣ୍ଟନ
କୋରାପୁଟ: କୋରାପୁଟ ଜିଲ୍ଲାର ସଦର ବ୍ଲକ ରହିଥିବା ମସ୍ତିପୁଟ ପଞ୍ଚାୟତ ଅଧିନସ୍ଥ ବଣ୍ଡାମାଳି ଗୁଡ଼ା ଗ୍ରାମରେ ଶହେରୁ ଊର୍ଦ୍ଧ୍ୱ ନିରୀହ ଗରିବ ଏବଂ ଅସହାୟ ଲୋକମାନଙ୍କୁ କମ୍ବଳ ବାଣ୍ଟିଲେ କୋରାପୁଟ ଜେଇଏଲ୍ସି ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ପୂର୍ବତନ ଜେଇଏଲ୍ସି ସଭାପତି ଆଇନଜୀବୀ ସୁନିଲଚାନ୍ଦ ଖୋସଲା । ସେ ଅବସର ନେବା ପରେ ନିଜକୁ ସମାଜସେବାରେ ନିୟୋଜିତ କରିଛନ୍ତି । ଏହି କମଳ ବଣ୍ଟନ କାର୍ଯ୍ୟକ୍ରମରେ କୋରାପୁଟ ଜେଇଏଲସି ଚର୍ଚ୍ଚ ପରିଚାଳକ ରେଭ- ବିରଞ୍ଚି ଖୋସଲା, କ୍ଲର୍କ ଅମିତ ଖୋସଲା ସମାଜ ସେବି ସୁନ୍ଦର କୁମାର ପାଣି, ସମେତ ସେ ଅଞ୍ଚଳର ଆଶା ଦିଦି, କମ୍ପେମେଶନ ଛାତ୍ରମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଗରିବ ଲୋକଙ୍କୁ ଏହିପରି ସାହାଯ୍ୟ କରୁଥିବା ହେତୁ ସ୍ଥାନୀୟ ବ୍ଲକ ସାଂସଦ ପ୍ରତିନିଧି ବାବୁଲା ବେନିୟା ସାଧୁବାଦ ଜଣାଇଛନ୍ତି ।