ଅସହାୟ ଭାଇଭଉଣୀଙ୍କୁ ଡାକ୍ତରଙ୍କ ସହାୟତା

 ନୂଆପଡା: ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଚନାବେଡା ଗ୍ରାମର ବୃଦ୍ଧ ଭାଇ ଭଉଣୀ ଟିକେରାମ ବେହେରା ଓ ପଦ୍ମାବତୀ ବେହେରାଙ୍କ ଅସୁବିଧାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଖଡ଼ିଆଳ ନିବାସୀ ଡାକ୍ତର ଅନ୍ନଦା ଶଙ୍କର ଦାସ ସହାୟତାର ହାତ ବଢାଇଛନ୍ତି । ଶ୍ରୀଯୁକ୍ତ ଦାସ ତାଙ୍କ ଘରକୁ ଯାଇ ଭାଇ ଭଉଣୀଙ୍କ ସ୍ୱାସ୍ଥ୍ୟ ଚିକିସôା କରିବା ସହିତ ଆବଶ୍ୟକୀୟ ଔଷଧ ପ୍ରଦାନ କରିଥିଲେ । ଏହା ସହିତ ଦୁଇ ମାସ ଚଳିବା ପାଇଁ ରାସନ୍ ସାମଗ୍ରୀ, ବିସ୍କୁଟ ମିକଚର୍ ଓ କମ୍ବଳ ଦେବା ସହ ଆଗାମୀ ଦିନରେ ମଧ୍ୟ ସହଯୋଗ କରିବେ ବୋଲି କହିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏହି ଦୁଇ ଭାଇ ଭଉଣୀ ଦିର୍ଘ ବର୍ଷ ଏକାଠି ରହିଥିବା ବେଳେ ବହୁତ୍ ଅସୁବିଧାରେ ଚଲୁଛନ୍ତି । ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନଥିବାରୁ ରୋଷେଇ କରି ଖାଇବାରେ ସମସ୍ୟା ସୃଷ୍ଟି ହେଉଛି । ସେମାନଙ୍କ ପାଇଁ ଖାଇବାର ସୁବିଧା କରାଯିବ ବୋଲି ସ୍ଥାନୀୟ ସରପଞ୍ଚ ମଥାମଣି ତାଣ୍ଡି ମଧ୍ୟ କହିଥିଲେ ।