ଆଇଏଏସ ସ୍କୁଲର ବାର୍ଷିକୋତ୍ସବ
ବ୍ରହ୍ମବରଦା :ଯାଜପୁର ବ୍ଲକ ଅନ୍ତର୍ଗତ ବରୁଆଁ ଆଇଏଏସ ସ୍କୁଲର ୧୪ତମ ବାର୍ଷିକୋତ୍ସବ ଅଧ୍ୟକ୍ଷ ଅନ୍ତର୍ଯ୍ୟାମି ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ଯାଜପୁର ମେଡିକାଲର ଚକ୍ଷୁ ବିଭାଗ ଡାକ୍ତର ରାଜକିଶୋର ପଣ୍ଡା, ପ୍ରଫେସର ଦାମୋଦର ବେହେରା, ପ୍ରଫେସର ଅଜୟ କୁମାର ବାରିକ, ବିଦ୍ୟାଳୟର ପ୍ରତିଷ୍ଠାତା ନିରଞ୍ଜନ ସ୍ୱାଇଁ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ଅପେକ୍ଷା ନିଜ ବାପା, ମାଆଙ୍କ ଠାରୁ ମିଳୁଥିବା ଶିକ୍ଷା ଗୋଟିଏ ଛାତ୍ର ଜୀବନକୁ ଅଧିକ ଶୃଙ୍ଖଳିତ ଭାବେ ଗଢିତୋଳିବାରେ ସହାୟକ ହୋଇଥାଏ ବୋଲି ଅତିଥି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ପରେ ବିଦ୍ୟାଳୟର ବାର୍ଷିକ କ୍ରୀଡା ସହିତ ଜିଲା ଓ ରାଜ୍ୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ପାରଦର୍ଶିତା ଲାଭ କରିଥିବା ଛାତ୍ରୀଛାତ୍ରମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ସରତ ଚନ୍ଦ୍ର ସାମଲ, ପରିଚାଳନା କମିଟି ସଭ୍ୟ ରାମଚନ୍ଦ୍ର ପରିଡାଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।