ଆଇନଜୀବୀ ସଂଘର ନାମାଙ୍କନ ଶେଷ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ନିର୍ବାଚନରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଗତ ୫ ରୁ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିଥିବା ବେଳେ ସଭାପତି, ଉପ ସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଓ ଚାରୋଟି କାର୍ଯ୍ୟକାରୀ ସଦସ୍ୟ ପାଇଁ ନାମାଙ୍କନ ଦାଖଲ ହୋଇଥିଲା । ସଭାପତି ପଦବୀ ପାଇଁ ବରିଷ୍ଠ ଆଇନଜୀବୀ ଶ୍ୟାମ ପ୍ରସାଦ ଗନ୍ତାୟତ ଓ ଆଇନଜୀବି ସିରାଜଉଦ୍ଦିନ ଅହମ୍ମଦ, ଉପ ସଭାପତି ପାଇଁ ସନତ କୁମାର ମିଶ୍ର ଓ ସଦାଶିବ ସାହୁ,ସମ୍ପାଦକ ପଦବୀ ପାଇଁ ରାମ ପ୍ରସାଦ ପାତ୍ର, ତପନ କୁମାର ସିଂ, ଯୁଗ୍ମ ସମ୍ପାଦକ ପାଇଁ ସ୍ନେହଲତା ଦେବୀ ଏବଂ କୋଷାଧ୍ୟକ୍ଷ ପଦବୀ ପାଇଁ ଶେଖ୍ ବାବା ଆଲିଶା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିଭଳି ୪ ସଂଖ୍ୟକ କାର୍ଯ୍ୟକାରୀ ସଦସ୍ୟ ପଦବୀରେ ସୁରୋଜ କୁମାର ନାୟକ, ସନ୍ତୋଷ କୁମାର ନାୟକ, କିଶୋରୀ ପଟ୍ଟନାୟକ, ଦେବୀ ପ୍ରସାଦ ସିଂ ଏବଂ ଗଜେନ୍ଦ୍ର ଦାସ ନାମାଙ୍କନ ଦାଖଲ କରିଛନ୍ତି ବୋଲି ନିର୍ବାଚନ ଅଧିକାରୀ ସିଏଚ ବାବା ଯୁଗନ୍ଧର ସୂଚନା ପ୍ରଦାନ କରିଛନ୍ତି । ଏହି ନିର୍ବାଚନକୁ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ସିଏଚ ବାବା ଯୁଗନ୍ଧର, ସହକାରୀ ନିର୍ବାଚନ ଅଧିକାରୀ ଆଇନଜୀବୀ କିଶୋର କୁମାର ପଟ୍ଟନାୟକ ଏବଂ ଆଇନଜୀବୀ ତାଜ ଇମରାନ ସରିଫ ପରିଚାଳନା କରୁଛନ୍ତି । ଆସନ୍ତା ୯ ତାରିଖ ଦିନ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବ ।