ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ : ଥାନା ଘେରିଲା ବିଜେଡି

ଆଳି ଅଞ୍ଚଳର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ବିଜେଡି ପକ୍ଷରୁ ଆଳି ଥାନା ଘେରାଉ କରାଯାଇଛି । ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ଥାନା ନିକଟରେ ପହଞ୍ଚô ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ସ୍ଲୋଗାନ ଦେଇଥିଲେ । ଆଳି ଅଞ୍ଚଳରେ ବିଭିନ୍ନ ଅପରାଧିକ ଘଟଣା ଘଟାଇ ଦୋଷୀମାନେ ଖୁଲମ ଖୁଲା ବୁଲୁଥିବା ବେଳେ, ପୋଲିସ କାର୍ଯ୍ୟାନୁଷ୍ଠାନ ବଦଳରେ ନୀରବ ଦ୍ରଷ୍ଟା ସାଜୁଛି । ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ବିଜୁ ଜନତା ଦଳ ପକ୍ଷରୁ ପୋଲିସ ଡିଜିଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବ୍ଲକ୍ ସଭାପତି ସନାତନ ମିଶ୍ର, ବ୍ଳକ ଅଧ୍ୟକ୍ଷ ମନୋରଞ୍ଜନ ସାମଲ, ଜିଲ୍ଲା ପରିଷଦ ଭୀଷ୍ମ ମହାନ୍ତି, ଜୟରାମ ସାହୁ, ସୁମନ୍ତ ରାଉତ, ପ୍ରଦୁ୍ୟମ୍ନ ଦାଶ,ସନାତନ ସାହୁ, ପୁରୁଷୋତ୍ତମ ପଲାଇ, ଦୀପକ ଭୂୟାଁଙ୍କ ସମେତ ଶତାଧିକ କର୍ମୀ ସାମିଲ ଥିଲେ ।